ବକୁଳ ଅମାବାସ୍ୟା ପୌଷ ମାସ (ଡ଼ିସେମ୍ବର-ଜାନୁଆରୀ)ରେ ପାଳନ କରାଯାଏ | ବକୁଳ ଲାଗି ଅର୍ଥ “ଆମ୍ବ ବଉଳ ପୂଜନ” | ସବୁ ଦେବାଦେବୀ ମନ୍ଦିରରେ ଏହି ଅମାବାସ୍ୟା ଦିନ ଆମ୍ବ ବଉଳ ଫୁଲ ପୂଜା କରାଯାଏ | ଶ୍ରୀଜଗନ୍ନାଥଙ୍କୁ ଆମ୍ବ ବଉଳ ଅର୍ପଣ କରାଯାଏ | ଏହି ଆମବାସ୍ୟା ଚାଷୀଙ୍କ ଉଦ୍ଦେଶ୍ୟରେ ପାଳନ କରାଯାଏ | ଆମ୍ବ ଅଧିକ ପରିମାଣରେ ଉତ୍ପାଦନ ହେଉ ବୋଲି ଚାଷୀମାନେ ଭଗବାନଙ୍କୁ ଏହି ଅମାବସ୍ୟାର ପ୍ରାଥର୍ନI କରନ୍ତି | ଘରେ ଘରେ କ୍ଷୀର ଗଇଁଠା ପିଠା ତିଆରି କରାଯାଏ | କ୍ଷୀର ଗଇଁଠା ପିଠା ଭଗବାନଙ୍କ ନିକଟରେ ପ୍ରସାଦ ରୂପେ ଅର୍ପଣ କରାଯାଏ ଏବଂ ଏହା ସହ ଅଳ୍ପ ବଉଳ ଫୁଲ ମଧ୍ୟ ଅର୍ପଣ କରାଯାଏ | ଆମ୍ବ ଗଛ ମୂଳରେ ମଧ୍ୟ ଏହି ଗଇଁଠା ପିଠା ଭୋଗଲାଗି କରାଯାଏ | ଆଜି ମାଛମାଂସ ଭକ୍ଷଣ ନିଷେଧ | ତା’ ସହିତ ଆଜି ମଧ୍ୟ ଶ୍ରୀ ଶ୍ରୀ ଯଜ୍ଞ ବରାହଙ୍କ ଜନ୍ମ ଉତ୍ସବ ମଧ୍ୟ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ପାଳନ କରାଯାଏ |

LEAVE A REPLY

Please enter your comment!
Please enter your name here