ଦୁନିଆରେ ସ୍ୱାମୀ-ସ୍ତ୍ରୀ  ସମ୍ପର୍କ ହେଉଛି ସବୁଠାରୁ ନିବିଡ଼ ସମ୍ପର୍କ I ଏହି ସମ୍ପର୍କ ଏକ ଏମିତି ସମ୍ପର୍କ ଯେଉଁ ସମ୍ପର୍କରେ ରାଗରୁଷା ମାନ ଅଭିମାନ ରହିଥାଏ କିନ୍ତୁ ସବୁପରେ ମଧ୍ୟ ସମ୍ପର୍କ ରେ ଲାଗିରହିଥିବା ସମସ୍ୟା ସମାଧାନ ବି ହୋଇଥାଏ I ଆଜି ଏକ ଏମିତି ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣଙ୍କ ଆଖି ଭରି ଆସିବ ।

ଗୁଜୁରାଟର ସୁରତ ସହରର ଅଡାଜଲ ଠାରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା ଯେଉଁଥିରେ କି ସ୍ୱାମୀ ସ୍ତ୍ରୀ ମଧ୍ୟରେ ଲାଗିରହିଥିବା ବିବାଦ ଯୋଗୁଁ ଶେଷରେ ସବୁଦିନ ପାଇଁ ଆଖି ବୁଜିଦେଇଛନ୍ତି ସ୍ତ୍ରୀ ,ଏବଂ ମୃତ୍ୟୁ ପୂର୍ବରୁ ଲେଖିଯାଇଛନ୍ତି ନିଜର କୋହଭରା ଶେଷ କଥା I ଲେଖିଛନ୍ତି କି ମୋ ସ୍ୱାମୀଙ୍କ ପାଇଁ ମୁଁ ଆତ୍ମହତ୍ୟା କରୁଛି I ମୋ ମୃତ୍ୟୁ ପରେ ତାଙ୍କୁ ମୋ ଶବରେ ହାତ ଲଗାଇବାକୁ ଦେବ ନାହିଁ I ମୋ ଆତ୍ମା ଶାନ୍ତି ପାଇବନି ନହେଲେ ଏପରିକି ଅନ୍ତିମ ସଂସ୍କାରରେ ସ୍ୱାମୀଙ୍କୁ ମଧ୍ୟ ସାମିଲ ନକରିବାକୁ ଲେଖିଛନ୍ତି ମହିଳା ଜଣଙ୍କ |

ତେବେ ଜଣାପଡିଛି ଯେ ମହିଳା ଜଣଙ୍କ ଜଣେ ଡାକ୍ତର ଥିଲେ ତାଙ୍କ ନାମ ଡଃ.ମନାଲି ଏବଂ ତାଙ୍କ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ବାରମ୍ବାର ଝଗଡା ଲାଗିରହୁଥିଲା I ଶାଶୁଘର ପକ୍ଷରୁ ତାଙ୍କୁ ବାରମ୍ବାର ନିର୍ଯାତନା ଦିଆଯାଉଥିଲା | ସ୍ୱାମୀ ମଧ୍ୟ ଏଥିରେ ସାମିଲ ଥିଲେ ତେଣୁ ଏତେ ସବୁ ସମସ୍ୟା ଭିତରେ ସମାଧାନ ନହେବାରୁ ସେ ଶେଷରେ ବାଧ୍ୟ ହେଇ ଆତ୍ମହତ୍ୟା କରିଛନ୍ତି | ଏବଂ ମୃତ୍ୟୁପୂର୍ବରୁ ଲିଖିତ ଭାବରେ ନିଜର ମନକଥା ଲେଖିଯାଇଛନ୍ତି I ଏହା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here