ଏଲଆଇସି ଏକ ଲୋକପ୍ରିୟ ବୀମା ଯୋଜନା; ସମୁଦାୟ ଇନ୍ସୁରାନ୍ସ ମାର୍କେଟରେ ୭୦ ପ୍ରତିଶତ କାରବାର ଏଲଆଇସି ହିଁ କରିଥାଏ; କିନ୍ତୁ ସୋମବାର ଦିନ ଏହାର ଉଚ୍ଚଧିକାରି ଘୋଷଣା କରିଛନ୍ତି ଯେ ଏବେ ଏଲଆଇସି ଡିସେମ୍ବର ମାସ ୧ ତାରିଖରୁ ନିଜ ଗ୍ରାହକ ମାନଙ୍କ ଠାରୁ କୌଣସି ସୁବିଧା ଶୁଳ୍କ ନେବେ ନାହିଁ; ଡିଜିଟାଲ ଇଣ୍ଡିଆକୁ ପ୍ରୋତ୍ସାହନ ଦେବା ପାଇଁ ହିଁ ସଂସ୍ଥା ତରଫରୁ ଏହି ନିଷ୍ପତି ନିଆଯାଇଥିବା ଜଣାଯାଇଛି; କ୍ରେଡିଟ କାର୍ଡ ଜରିଆରେ କରାଯାଉଥିବା ନେଣ ଦେଣ ରେ ଶୁଳ୍କ ନିଆଯିବ ନାହିଁ; ଏଥିପାଇଁ ଯଦି ପଲିସୀ ଗୁଡିକୁ ବନ୍ଦ ହୋଇପଡିଛି ତେବେ ପୁଣି ଆକ୍ଟିଭେଟ କରାଯିବା ଦରକାର; ଯଦି ଗ୍ରାହକ ପଲିସି ବିରୋଧରେ କୌଣସି ଲୋନ ଅଣିଥିବେ ଓ ଲୋନ ପାଇଁ ସୁଧ ଦେଉଥିବେ ତେବେ ସେମାନଙ୍କୁ ଅତିରିକ୍ତ ଶୁଳ୍କ ଦେବାକୁ ପଡିବ ନାହିଁ; କିନ୍ତୁ ଏନେଇ ସର୍ତ୍ତ ରଖାଯାଇଛି କି ଏଥିନେଇ ପ୍ରତି ପଲିସୀ ଧାରକଙ୍କୁ କେବଳ ଡିଜିଟାଲ ପେମେଣ୍ଟ ସହାୟତାରେ ନେଣ ଦେଣ କାରବାର କରିବାକୁ ପଡିବ ଯାହା କାର୍ଡଲେସ ପେମେଣ୍ଟ, କାର୍ଡ ଡିପ ବା ସ୍ବାଇପ ସହାୟତାରେ ପେମେଣ୍ଟ କରି ପାରିବେ
ନିକଟରେ ଏଲଆଇସିର ମେନେଜିଙ୍ଗ ଡ଼ାଇରେକ୍ଟର ବିପିନ ଆନନ୍ଦ ଏକ ସାକ୍ଷାତ୍କାର ଅବସରରେ କହିଛନ୍ତି କି ଏଲଆଇସି ଖୁବ ଶୀଘ୍ର ନିଜର ୨ଟି ଯୁଏଲଆଇପି ଆସୁଛି ଯେଉଁଥିରେ କମ୍ପାନୀର ସିଙ୍ଗଲ ପ୍ରିମିୟମ ଓ ନନ ସିଙ୍ଗଲ ପ୍ରିମିୟମ ରହିଛି; ଯାହା ଖୁବ ଶୀଘ୍ର ଆଇଆରଡ଼ିଏର ମାନ୍ୟତା ମିଳିବ
ବିପିନ ଆନନ୍ଦ ଏହା ମଧ୍ୟ ସୂଚନା ଦେଇଛନ୍ତିକି ୨୦୧୯ ବର୍ଷ ଏଲଆଇସି ପାଇଁ ଖୁବ ଭଲ ସମୟ ଥିଲା ଏହି ବର୍ଷ ମଧ୍ୟ ପୂର୍ବ ବର୍ଷ ଅପେକ୍ଷା ମାର୍କେଟ ସେୟାରରେ ୬ ପ୍ରତିଶତ ପର୍ଯ୍ୟନ୍ତ ବଢିଛି; ଏଲଆଇସିର ଗ୍ରାହକ ଅନଲାଇନ ପେମେଣ୍ଟ ପାଇଁ ‘My LIC App’ ଡାଉନ ଲୋଡ଼ କରି ପେମେଣ୍ଟ କରିପାରିବେ

LEAVE A REPLY

Please enter your comment!
Please enter your name here