ଜଗନ୍ନାଥ ମନ୍ଦିର (ବଡ଼ଦେଉଳ ବା ବଡମନ୍ଦିର ଓ ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥଶ୍ରୀବଳଭଦ୍ରଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଅଛି ।  ବର୍ତ୍ତମାନର ଶ୍ରୀମନ୍ଦିର ଗଙ୍ଗବଂଶୀୟ ରାଜା ଚୋଡ଼ଗଙ୍ଗଙ୍କଦ୍ୱାରା ନିର୍ମିତ ଓ ଏହା ଏକାଦଶ ଶତାବ୍ଦୀର ବିଷୟ । ଏଥିପୂର୍ବରୁ ଶ୍ରୀମନ୍ଦିରର ନାଭିକଟା ମଣ୍ଡପ ଓ ଶ୍ରୀଜଗନ୍ନାଥଙ୍କ ପାଦୁକାନଳା ମଧ୍ୟବର୍ତ୍ତୀ ସ୍ଥାନରେ ଦକ୍ଷିଣାଭିମୂଖୀ ଭାବେ ଅବସ୍ଥିତ ଥିବା ଜଣାଯାଏ । ଉକ୍ତ ମନ୍ଦିରର କଳା ଓ ଭାସ୍କର୍ଯ୍ୟ ଖ୍ରୀଷ୍ଟୀୟ ଦ୍ୱିତୀୟ କିମ୍ବା ତୃତୀୟ ଶତକର ବୋଲି କେହି କେହି ପ୍ରତ୍ନତାତ୍ତ୍ବିକ ପରିଦୃଶ୍ୟମାନ ଭଗ୍ନ ମନ୍ଦିରର ମୂଳଭିତ୍ତିରୁ ଅନୁମାନ କରନ୍ତି । ଏହି ମନ୍ଦିରର ମୂଳଭିତ୍ତି ଉପରେ ବର୍ତ୍ତମାନ ଅମୁହିଁ ଦେଉଳ ବା ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଅବସ୍ଥିତ ।୧୯୭୫ ମସିହାରେ ଶ୍ରୀମନ୍ଦିରକୁ ଜାତୀୟ କୀର୍ତ୍ତି ରୂପେ ଘୋଷଣା କରାଯାଇଛି । ଆମ ଓଡ଼ିଆ ସଂସ୍କୃତି ମହନୀୟ | ତା ସହିତ ଓଡ଼ିଆଙ୍କ ଆରାଧ୍ୟ ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତି ଓ ତାଙ୍କ ପରମ୍ପରା ପାଇଁ ଆମେ ଗରବାନିତ୍ବ | ଶ୍ରୀ ଜଗନ୍ନାଥଙ୍କ ତ୍ରୟୋଦଶ କଳା ରହିଛି | ସେହି ବିଷୟରେ ଆସନ୍ତୁ ଜାଣିବା |

ପ୍ରଥମ କଳା :- “ନିବୃତି” – ସଂସାର ରେ ରହି ସଂସାରିକତାରୁ ମୋକ୍ତ ହେବାର କଳା

ଦ୍ୱିତୀୟ କଳା :-“ପ୍ରତିଷ୍ଠା” – ସତ ମାର୍ଗ ରେ ଯଶ ଅର୍ଜନ କରିବାର କଳା

ତୃତୀୟ କଳା :-“ବିଦ୍ୟା” – ନିସ୍ଵାର୍ଥ ଭାବରେ ଆଜି ଜନହିତକର ବିସ୍ତାର କରିବାର କଳା

ଚତୁର୍ଥ କଳା :-“ଶାନ୍ତି” – ମନ ଓ ମସ୍ତିସ୍କ ମଧ୍ୟରେ ସମନ୍ୱୟ ରଖି,ସ୍ଥିର ଚିତରେ ରହିବାର କଳା

ପଞ୍ଚମ କଳା :-“ଈଂଧଇକା” – ନିଜ ଅନ୍ତସକଟୁକୁ ସଂଗ୍ରହ କରିବାର କଳା

ଷଷ୍ଠ କଳା :-“ଦୀପିକା” – ଶକ୍ତିର ସତ ଏବଂ ଉପଯୁକ୍ତ ପ୍ରୟୋଗ ର କଳା

ସପ୍ତମ କଳା :-“ରେଚିକା” – ନିଜ ଦୁଷ୍ଟ ପ୍ରବୃତିକୁ ଚିନହୀ, ତାହାକୁ ସ୍ୱୀକାର କରି ପରିତ୍ୟାଗ କରିବାର କଳା

ଅଷ୍ଟମ କଳା :-“ମୋଚିକା” – ମାୟା ଓ ମୋହରୁ ମୁକ୍ତ ହେବାର କଳା

ନବମ କଳା :-“ପରା” – ନୂଆ ଦିଶା ଅଙ୍କନ ଓ ଭିନ୍ନ ଅମୃତ ଲଖ୍ୟ ସ୍ଥାପନ କରିବାର କଳା

ଦଶମ କଳା :-“ସୁକ୍ଷ୍ମ” – ସତ ସୁଖମଗତ ବିଚାର କରିବାର କଳା

ଏକାଦଶ କଳା :- ଅମୃତତୁଲ୍ୟ କଥାର ପ୍ରୟୋଗ ତଥା ତାହାକୁ ଅମୃତ ପରି ବିସ୍ତରଣର କଳା

ଦ୍ୱାଦଶ କଳା :-“ଅପ୍ୟାୟିନୀ” – ନିଜ କର୍ମ ଦ୍ୱାରା ସମାଜ କଲ୍ୟାଣ କରିବାର କଳା

ତ୍ରୟୋଦଶ କଳା :-“ବ୍ୟାପିନୀ” – ସତ୍ୟ କୁ ସର୍ବବ୍ୟାପି କରିବାର କଳା

LEAVE A REPLY

Please enter your comment!
Please enter your name here