ଯେବେଠୁ ପରକୀୟା ପ୍ରୀତି ସର୍ବୋଚ୍ଚ ଅଦାଲତ ତରଫରୁ ଅପରାଧ ମୁକ୍ତ ହୋଇଛି ସେବେଠୁ ପ୍ରତ୍ୟକ ଦିନ ଏମିତି ଘଟଣା ସାମ୍ନାକୁ ଆସୁଛି । ଏମିତି ଏକ ଘଟଣାରେ ମଧ୍ୟପ୍ରଦେଶ ହୋଶାଙ୍ଗାବାଦର ଜଣେ ଡାକ୍ତର ଜଣେ ଡ୍ରାଇଭରକୁ ୫୦୦ ଖଣ୍ଡରେ କାଟିବା ସହିତ ଏହାର ପ୍ରମାଣ ନଷ୍ଟ କରିବାପାଇଁ ଏସିଡ୍‌ରେ ଭିଜାଇବା ଭଳି ଜଘନ୍ୟ ଘଟଣା ଘଟାଇଥିବା ଜଣାଯାଇଛି । କୁହାଯାଉଛି ଘଟଣାପଛର କାରଣ ହେଉଛି ପରକୀୟା ପ୍ରୀତି। ଡ୍ରାଇଭରଙ୍କ ପତ୍ନୀଙ୍କ ସହିତ ଡାକ୍ତରଙ୍କର ଅନେକ ଦିନରୁ ସମ୍ପର୍କ ଥିଲା ଏବଂ ଏହି ବିଷୟରେ ଡ୍ରାଇଭର ଜାଣିବାକୁ ପାଇବା ପରେ ସେ ବିରୋଧ କରିବାରୁ ଏପରି ଦଶା ଭୋଗିବାକୁ ପଡିଛି ।

ଡାକ୍ତର ସୁନୀଲ ମନ୍ତ୍ରୀ ତାଙ୍କ  ଡ୍ରାଇଭର ବୀରେନ୍ଦ୍ର ପଚୌରୀଙ୍କୁ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ଏହି ବିଷୟରେ ଜଣାପଡ଼ିବା ପରେ ପୁଲିସ ମଙ୍ଗଳବାର ଦିନ ତାଙ୍କୁ ଗିରଫ କରିଛି ।

ପରକୀୟା ପ୍ରୀତିର ଅପରାଧି ମନ୍ତ୍ରୀଙ୍କ ପତ୍ନୀଙ୍କର ଘରେ ଗୋଟିଏ ବୁଟିକ୍‌ ଥଲା ଏବଂ ତାଙ୍କ ଦେହାନ୍ତ ପରେ ଡ୍ରାଇଭରଙ୍କ ପତ୍ନୀ ତାହା ଚଲାଉଥିଲେ । ଏହା ପରେ ହିଁ ସମ୍ପର୍କ ନିବିଡ଼ ହୋଇଥିଲା । ଏହା ସମ୍ପର୍କ ଡ୍ରାଇଭରଙ୍କ ପାଇଁ ଗ୍ରହଣୀୟ  ହୋଇନଥିଲା । ତେବେ ଡ୍ରାଇଭରଙ୍କ ମୁହଁ ବନ୍ଦ କରିବା ପାଇଁ ତାଙ୍କୁ ମାସିକ ୧୬ ହଜାର ଟଙ୍କାର ଡ୍ରାଇଭର ଚାକିରି ଦେବେ କହିଥିଲେ । ତଥାପି ପଚୌରୀ ନମାନିବାରୁ ସେ ହତ୍ୟା କରିଥିଲେ ।

ଯେତେବେଳେ ପୁଲିସ ଡାକ୍ତରଙ୍କ ଘରେ ପହଞ୍ଚିଲେ ସେତେବେଳକୁ ସେ ଅସ୍ତବ୍ୟସ୍ତ ଥିବା ଜଣାପଡ଼ୁଥିଲା । ଚଟାଣ ମଧ୍ୟ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲା । ଘରେ ପୁଲିସ୍‌ ଦେଖି ଡାକ୍ତର ସବୁ ସତ ମାନିଯାଇଥିଲେ । ଏହା ତାଙ୍କର ବହୁଦିନର ଯୋଜନା ଏବଂ ପ୍ରମାଣ ନଷ୍ଟ କରିବାକୁ ଏସିଡ୍‌ ଡ୍ରମ୍‌ ପ୍ରସ୍ତୁତ ରଖିଥିଲେ ବୋଲି ସ୍ୱୀକାର କରିଥିଲେ ଅପରାଧି ଡାକ୍ତର ।

LEAVE A REPLY

Please enter your comment!
Please enter your name here