….ଇଣ୍ଡିଆନ ଏୟାର ଲାଇନ୍ସର ଫ୍ଲାଇଟ୍ଟି ଭୁବନେଶ୍ୱରରେ ଲ୍ୟାଣ୍ଡ୍ କଲା ଠିକ୍ ୫.୩୦ରେ । ଆଦିତ୍ୟ ଘରେ ପହଂଚିଲା ବେଳକୁ ୭ଟା ବାଜି ସାରିଥିଲା । ଗୋଟେ ଅଫିସିଆଲ ଟୁର୍ରେ ସେ ଦିଲ୍ଲୀ ଯାଇଥିଲ ଆଜି ଦୁଇ ଦିନ ପରେ ଘରକୁ ଫେରୁଛନ୍ତି । ଡୋର ଖୋଲିଲା ପତ୍ନୀ ଆକୃତି । ଆଦିତ୍ୟ ଘର ଭିତରକୁ ସିଧା ପଶି ଯାଇ ଲ୍ୟାପଟ୍ପ ବ୍ୟାଗଟି ପକେଇ ଦେଇ ସୋଫା ଉପରେ ବସି ପଡ଼ିଲେ ଆଖିକୁ ବନ୍ଦ କରି । ଆକୃତି ଆଶ୍ଚର୍ଯ୍ୟ ହୋଇଥିଲା ଏ ବ୍ୟତିକ୍ରମରେ । କାରଣ ଯେତେବେଳେ ବି ଆଦିତ୍ୟ ଟୁର୍ରୁ ଫେରିଛନ୍ତି, ସେହି ଡୋର୍ ପାଖରେ ହିଁ ତାକୁ ହଗ୍ କରି ତା ଓଠରେ ଓଠ ଲଗାଇ ଲିପ୍ ଲକ୍ କରିବା ତାଙ୍କର ଗୋଟେ ପୁରୁଣା ଅଭ୍ୟାସ । ବିବାହର ଦୁଇ ବର୍ଷ ଭିତରେ ଏହା ପ୍ରଥମ ବ୍ୟତିକ୍ରମ, ତେଣୁ ଆକୃତି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ ।
ସେ ଏସିର ସୁଇଚ୍କୁ ଅନ କରି କିଚେନକୁ ଗଲା ପାଣି ଆଣିବାକୁ । ଆଦିତ୍ୟଙ୍କ ହାତକୁ ପାଣି ଗ୍ଲାସ୍ଟି ବଢେଇ ଦେଇ ପଚାରିଲା, ଅଫିସ୍ରେ କିଛି ଟେନସନ୍?
ଆଦିତ୍ୟ କହିଲେ, ନା ସେମିତି କିଛି ନାହିଁ, ଟିକେ ଟାଏର୍ଡ ଅଛି ।
-ହଉ ତୁମେ ଫ୍ରେସ୍ ହୋଇ ଯାଅ । ମୁଁ ଗିଜର ଅନ୍ କରିଦେଇଛି । ଆଜି ଡିନରରେ କଣ ଖାଇବ?
-ଭୋକ ନାହିଁ, ତୁମର ଯାହା ଇଚ୍ଛା କର ।
ଏତିକି କହି ଆଦିତ୍ୟ ନିଜ ଟାୱେଲ ଓ ଟ୍ରାଉଜର ଧରି ବାଥ୍ରୁମ୍କୁ ଗଲେ । ଶାୱାର ତଳେ ଯେତେବେଳେ ଛିଡ଼ା ହୋଇଥିଲା ଆଦିତ୍ୟ ଭାବୁଥିଲେ, ଦେହର ମଇଳାପରି ପାପ କଣ ଏମିତି ଧୋଇ ହୋଇ ପାରିବ? ବୋଧେ ହୁଏ ନାଁ.. ଓଦା ଭିଜା ଦେହରେ ବି ତାଙ୍କ ମୁହଁରୁ ଏକ ଦୀର୍ଘ ନିଶ୍ୱାସ ବାହାରିଗଲା ।
ରାତି ୮ଟା ବାଜି ସାରିଲାଣି ।
ଆଦିତ୍ୟଙ୍କ ମନେଥିଲା, ଆଜି ଲିଅଣ୍ଡାର ପେସ ଓ ମହେଶ ଭୂପତୀର ଟେନିସ୍ ମ୍ୟାଚ୍ ଅଛି । କିନ୍ତୁ କାହିଁକି କେଜାଣି ତାଙ୍କର ଟିଭି ଅନ୍ କରିବାକୁ ଇଚ୍ଛା ହଉ ନଥିଲା । ଆକୃତି କଫି ଆଣିକି ଦେଲା । ଆଦିତ୍ୟ ଆକୃତିକୁ ଚାହିଁଲେ । ଗୋଟେ ନୀଳ ରଙ୍ଗର କଟନ ଶାଢୀ ପିନ୍ଧିଥିଲା । ଖୁବ୍ ସୁନ୍ଦର ଲାଗୁଥିଲା ସେ ଶାଢୀରେ । ଆଦିତ୍ୟଙ୍କ ଶାଢୀ ପସନ୍ଦ । ବହୁ ଥର କହିଛନ୍ତି, “ଆକୃତି! ଶାଢୀରେ ତୁମେ ଖୁବ୍ ସେକ୍ସି ଲାଗ । ଆଉ ଶାଢୀର ପଣତରେ ତୁମର ସେ ଅଧାଲୁଚା ଅଧାଦେଖା ପେଟ ଓ ତାଭିତରେ ଗୋଲାପ ପାଖୁଡ଼ା ପରି ସେ ନାଭି ମୋ ଦେହରେ ନିଆଁ ଲଗାଇଦିଏ ।”
ଆଉ ତାକୁ ଭିଡ଼ି ଆଣି, ସେ ପଣତକୁ ହଟେଇ ସେ ନାଭି ଉପରେ ଯେତେବେଳେ ଆଦିତ୍ୟ ଚୁମାଟିଏ ଦିଅନ୍ତି, ଆକୃତି ଲାଜରେ ଲାଲ୍ ପଡ଼ିଯାଏ । ଆଜି କିନ୍ତୁ ସେପରି କିଛି ଘଟିଲାନି । ଆଦିତ୍ୟ ଚୁପ୍ ଚାପ କଫିର ଗୋଟେ ସିପ୍ ନେଇ, ଟି ପଏ ଉପରେ ପଡ଼ିଥିବା ଗୋଟେ ଓଡ଼ିଆ ମାଗାଜିନ୍ଟେ ଉଠେଇ ପଢିବାକୁ ଲାଗିଲେ । ଆଖିରେ ପଡ଼ିଗଲା ବନ୍ଧୁ କବି ଶକ୍ତି ମହାନ୍ତିଙ୍କ କବିତାଟେ, ଆଉ ସେ କବିତାର ଶେଷ କେତେ ଧାଡ଼ି ବିଦାରି ଦେଲା ଆଦିତ୍ୟଙ୍କ ସମୁଦାୟ ସତ୍ତାକୁ..
ସକାଳୁ ଉଠି ଝାଡୁ କରେ,
ଅଶୁଭ ଛାଇ ମାନଙ୍କୁ ତଡ଼ିବାକୁ ମହାର୍ଘ୍ୟ କୁଡ଼ିଆ
ଟଙ୍ଗେଇ ଦେଇ ଆସେ ପୋର୍ଟିକୋରେ,
ଘର ପୋଛୁ ପୋଛୁ,
ପଟେ କାନ ଫୁଲ ପାଏ,
ଅଣ୍ଡାଳି ଦେଖେ,
ଆରେ କେତେ ବ୍ୟସ୍ତ ମୁଁ ସତରେ,
କେହି ବି ଏଯାଏ କହିନି,
କାନଫୁଲଟି କେବେଠୁ ହଜିଲାଣି,
ଛାତ ଉପର ଶୁଖିଲା ଲୁଗା ଗହଳିରେ,
କେହି ତାକୁ କୁଣ୍ଢେଇ ଧରନ୍ତିନି ଏ ନୂଆ ଘରେ,
ପବନ ଯେବେ ତା କାନିକୁ ଝିଙ୍କେ,
ନିଜକୁ ସିଡ଼ି ଘରେ କବାଟ କିଳି ସ୍ତ୍ରୀ ଲୋକଟି,
ପବନକୁ ପିଠି କରିଦିଏ ସନ୍ତର୍ପଣରେ,
ସବୁ ରୁଟି ସଙ୍ଗେ ମିଶିଥାଏ,
ତା ଚୁଡ଼ିର ଝଣ ଝଣ..
କାହାକୁ ଶୁଭେନି..
କିନ୍ତୁ ଶୁଭିଥିଲା ଆଦିତ୍ୟକୁ କିଚେନ୍ରୁ । ଆକୃତି ରୁଟି ବେଲୁଥିଲା ବୋଧେ । କାରଣ ତା ଚୁଡ଼ିର ରୁନୁଝୁନ ଶବ୍ଦ ଏକ ବିଶେଷ ତାଳରେ ପୁନରାବୃତ୍ତି ହଉଥିଲା । ଆଦିତ୍ୟ ଜାଣେ, ଏ ଚୁଡ଼ିର ରୁଣୁଝୁଣୁ ଶବ୍ଦ ଯେତେବେଳେ ସେ ରୁଟିରେ ମିଶି ଯାଏ, ସେ ରୁଟିର ସ୍ୱାଦ ବହୁଗୁଣରେ ବଢିଯାଏ । କାରଣ ସେଥିରେ ଲୁଚି ରହିଥାଏ ଆକୃତିର ଆସୁମାରୀ ଭଲପାଇବା, ସ୍ୱାମୀ ପ୍ରତି ଭକ୍ତି ସମ୍ମାନ ଶ୍ରଦ୍ଧା ।
ତିନି ବର୍ଷ ତଳେ ଫ୍ରେଣ୍ଡ୍ର ମ୍ୟାରେଜରେ ପ୍ରଥମ ଥର ଦେଖିଥିଲେ ଆକୃତିକୁ ଆଦିତ୍ୟ । ଆଉ ପ୍ରଥମ ଦେଖାରେ ଆକୃଷ୍ଟ ହୋଇ ଯାଇଥିଲା ତା ପ୍ରତି । ହେଲୋ ହାଏ, ଟିକେ କଥା, ଆଉ ତା ପରେ ନମ୍ବର ଏକ୍ସଚେଂଜ । ଆଦିତ୍ୟ ତ ପ୍ରଥମ ଦେଖାରେ ଆକୃତିର ପ୍ରେମରେ ପଡ଼ି ଯାଇଥିଲେ । କିନ୍ତୁ ଆକୃତିର ହୃଦୟ ଯିତି ତାକକୁ ପ୍ରପୋଜ କରି ତା ସ୍ୱିକୃତି ପାଇବାକୁ ପ୍ରାୟ ତିନିମାସ ଲାଗି ଯାଇଥିଲା ।
କାର୍ଡ, ରୋଜେସ୍, ଆଇସ୍ କ୍ରିମ୍, ଫିଲ୍ମ, ଆଇଜି ପାର୍କ, ଫେସ୍ବୁକ ଓ ହ୍ୱାଟ୍ସ ଆପରେ ଚାଟିଙ୍ଗ । ମ୍ୟାରେଜ୍ ପାଇଁ ଡିସିସନ । ଆକୃତି ତା ଘରେ କହିଲା ଓ ଆଦିତ୍ୟ ତାଙ୍କ ଘରେ । ତା ପରେ ଟିକେ କନଫ୍ୟୁଜନ, ବହୁତ ସାରା ଡିସକସନ, ଦୁଇ ଫ୍ୟାମିଲିର ମିଟିଙ୍ଗ ଓ ଶେଷରେ ଏକ ନାଟକୀୟ କନକ୍ଲୁଜନ..ଦୁହିଁଙ୍କ ମ୍ୟାରେଜ ।
ମ୍ୟାରେଜ ପରେ ଗୋଆକୁ ହନିମୁନ ଟ୍ରିପ୍ । ପୁରୀ କୋଣାର୍କ, କୋଲକୋତା, ଦାର୍ଜିଲିଙ୍ଗ, ଅଫିସ୍ ପିକନିକ, ଫ୍ୟାମିଲି ପିକନିକ, ଆଇନକ୍ସ, ରେଷ୍ଟୁରାଣ୍ଟସ..ଏମିତି ବହୁତ ସାରା କ୍ୱାଲିଟି ଟାଇମ୍ ଦୁହେଁ ଏନଜଏ କରି ସାରିଲେଣି । ଛୋଟ ବଡ଼ ନୋକ ଝୋକ୍ ତ ହୋଇଛି, କିନ୍ତୁ କେବେ ବି ଦୁହିଁଙ୍କ ଭିତରେ ମନୋମାଳିନ୍ୟ ହୋଇନି । ଆକୃତି ହାଇଲି କ୍ୱାଲିଫାଏଡ଼ । ମ୍ୟାରେଜ ପୂର୍ବରୁ ଭଲ ଜବ୍ କରୁଥିଲା । କିନ୍ତୁ ନିଜର ବ୍ରିଲିଆଂଟ କ୍ୟାରିଅରକୁ ସେ ଆଦିତ୍ୟଙ୍କ ପାଇଁ ସାକ୍ରିଫାଇସ କଲା । ଆଦିତ୍ୟ ଯେତେ ବାଧ୍ୟ କଲେ ଶୁଣିଲାନି । ନିଜ ରାସ୍ତା ନିଜେ ବାଛିନେଲା । ସ୍ୱାମୀ ଆଦିତ୍ୟ ଓ ନିଜ ଘର । ଗୋଟେ ଭଲ ହାଉସ ୱାଇଫ ହେବା ପାଇଁ ଚେଷ୍ଟା କଲା ଓ ହେଲା ବି । ହଁ ଆଦିତ୍ୟଙ୍କ ନିଜ ପତ୍ନୀ ପାଇଁ ସାମାନ୍ୟବି ଅଭିଯୋଗ ନଥିଲା ବରଂ ସେ ଗର୍ବ କରୁଥିଲେ ଆକୃତିକୁ ପତ୍ନୀ ରୂପରେ ପାଇ ।
ଆକୃତିର ଡାକରେ ପ୍ରକୃତିସ୍ଥ ହେଲେ ଆଦିତ୍ୟ,
-ଆଦି! ଦଶଟା ବାଜିଲାଣି, ଖାଇବା ବାଢିବି ।
ଆଦିତ୍ୟ ଆକୃତିକୁ ଅନେଇଲେ । ରୋଷେଇ ଘରୁ ଆସିଥିବାରୁ ଗରମରେ ତା ମୁହଁରୁ ବୁନ୍ଦା ବୁନ୍ଦା ଝାଳ ବାହାରୁଥିଲା । ବାମ ଗାଲରେ ଟିକେ ଅଟା ଲାଗିଥିଲା । କିଛି ଅଲରା କେଶ ମୁହଁ ଉପରେ ପଡ଼ିଥିଲା । ଆକୃତି ନା ଗୋରା ନା କଳା । ଶ୍ୟାମଳ.. ଗୋରାଠୁ ଟିକେ କମ୍ ଓ କଳାଠୁ ଟିକେ ଅଧିକା । ଆଉ ସେହି ରଙ୍ଗଟା ହିଁ ଆଦିତ୍ୟଙ୍କର ବହୁତ ପସନ୍ଦ । ସେ ରଙ୍ଗରେ ଥାଏ ଏକ ଆକର୍ଷଣ, ଏକ ସମ୍ମୋହନ କରିବାର ସଂଖ୍ୟାଧିକ ସାମର୍ଥ୍ୟ ।
-ହେ ଆଦି! କୁଆଡ଼େ ହଜିଗଲ? ଆର ୟୁ ଡିଷ୍ଟର୍ବଡ? କଣ ହୋଇଛି, ମୋତେ କହିବନି ।
-ଆରେ କିଛି ନାହିଁ, ଜର୍ନି ଯୋଗୁ ଟିକେ ଟାଏର୍ଡ଼ ଲାଗୁଛି । ମୋତେ ଭୋକ ନାହିଁ ତୁମେ ଖାଇ ନିଅ?
-ଡ୍ରିଙ୍କ୍ କରିବ?
ଆଦିତ୍ୟ ଛୋଟିଆ ହଁଟେ କଲେ । ଆକୃତିକୁ କିଛି କହିବାକୁ ପଡ଼େନି, ସେ ତାଙ୍କ ମନକଥା କେଉଁ କାଉଁରୀ କାଠିର ମାୟାରେ ଜାଣିନିଏ, ଆଦିତ୍ୟ ନିଜେ ଆଶ୍ଚଯ୍ୟ ହୁଅନ୍ତି ।
-ହଉ..ଏଠି ନା ବାଲକୋନିରେ..
ଆଦିତ୍ୟ, ବାଲକୋନି ବୋଲି କହି ସୋଫାରୁ ଉଠି ବାଲକୋନି ଆଡ଼େ ଚାଲିଲେ ।
ଆକୃତି ଗୋଟେ ବଡବାଇଜର ବିଅର, କିଛି କାଜୁ ବାଲକୋନିରେ ପଡ଼ିଥିବା ଟିପଏ ଉପରେ ରଖିଦେଇଗଲା ।
ବାଲକୋନିରେ ପଡ଼ିଥିବା ଛୋଟିଆ ସୋଫାଉପରେ ବସି ଆଦିତ୍ୟ ବିଅର ପିଇବାକୁ ଲାଗିଲ ।
ପ୍ରାୟ ଦଶମିନିଟ୍ ପରେ ଗୋଟେ ପ୍ଲେଟ୍ରେ କିଛି ଫ୍ରାଏଡ ଚିକେନ ଆଣି, ଟି ପଏ ଉପରେ ରଖି, ଆକୃତି କହିଲା, ଜାଣେ, ତୁମେ ଏବେ ଏକୁଟିଆ ରହିବାକୁ ପସନ୍ଦ କରିବ । ମୁଁ ବେଡ୍ ରୁମରେ ଅଛି କିଛି ଦରକାର ହେଲେ ଡାକିବ ।

ଆଦିତ୍ୟ ଆକୃତିକୁ ଚାହିଁଲେ । ବାଥ୍ରୁମ୍ରୁ ଜଷ୍ଟ ଶାୱାର ନେଇ ଆସିଥିଲା । ତା ଦେହରେ ଆଉ ଶାଢୀ ନଥିଲା । ପିନ୍ଧିଥିଲା ସେହି ଟୁ ପିସ୍ ପିଙ୍କ ନାଇଟ ୱେରଟି, ଯାହା ଆଦିତ୍ୟ ମଗେଇଥିଲେ ନେଟରେ ଭୁନିକ୍ର ସାଇଟ୍ରୁ । ଚମତ୍କାର ଫିଗରର ଅଧିକାରିଣୀ ସେ । କେବେ ବି ଜିମ୍ ଯାଏନି । ଏରୋବିକ୍ସ କରେନି, କି ଆଦିତ୍ୟଙ୍କ ଅଫିସ୍ର ଲେଡି ଷ୍ଟାଫ୍ଙ୍କ ପରି ଡାଏଟିଙ୍ଗ କରି କାକୁଡ଼ି ଗାଜର ଖାଏନି ।
ଆକୃତିକୁ କେବେବି ଘଂଟା ଘଂଟା ମେକଅପ ନେବା ସେ ଦେଖିନାହାଁନ୍ତି । ପାଂଚଫୁଟ ଛଅ ଇଂଚର ହାଇଟ୍, ତା ସହ ପୁରା ପରଫେକ୍ଟ ବଡି ସେପ୍ । ବହଳ ବହଳ ମେକ ଅପ ନେଇ, ବଡି ସେପର ପିନ୍ଧି ନିଜ ଯୋ÷ବନର ବିଜ୍ଞାପନ ଧରି ବୁଲୁଥିବା ଏ ମହାନଗରୀର ଯୁବତୀମାନଙ୍କ ଠାରୁ କୈାଣସି ଗୁଣରେ କମ୍ ନୁହେଁ ଆକୃତି । ଫରକ ଏତିକି ସେ ତା ରୂପ ଯୈ÷ାବନକୁ କେବଳ ସ୍ୱାମୀ ଅଂଜୁଳାରେ ବାଢିଦେବାକୁ ଚାହେଁ ।
ଆକୃତି କହିଲା, କଣ ଏମିତି ଚାହିଁ ରହିଛ । ଆଉ କିଛି ଦେବି ।
ଆଦିତ୍ୟ କହିଲେ, ନା ତୁମେ ଯାଅ ଶୋଇବ..ମୁଁ ବିଅର ସାରିକି ଆସୁଛି ।
ଆକୃତି ଆଦିତ୍ୟଙ୍କ ଓଠରେ ନିଜ ଓଠ ଲଗାଇ ଗୋଟେ ଚୁମ୍ବନ ଦେଲା ଓ ଫିସ୍ ଫିସ୍ କରି କହିଲା ଆଇ ଲଭ୍ ୟୁ ଆଦି…
ସ୍ୱତଃପ୍ରବୃତ ଭାବରେ ଆଦିତ୍ୟଙ୍କ ପାଟିରୁ ବାହାରି ଗଲା ଆଇ ଲଭ୍ ୟୁ ଆକିି ।
ବାହାଘର ପରେ ଘରେ ଗୋଟେ ନୂଆ ନାମ ଦେବାକୁ ଯେତେବେଳେ କୁହାହେଲା, ଆଦିତ୍ୟ ସ୍ପଷ୍ଟ କରି କହିଥିଲେ, ମୋ ଆକୃତିର ନାଁ କଣ ଖରାପ ଯେ ମୁଁ ତାକୁ ଗୋଟେ ନୂଆ ନାମ ଦେବି । କିନ୍ତୁ ମ୍ୟାରେଜ ପରେ ଆକୃତି କେତେ ବେଳେ ଆକି ଓ ଆଦିତ୍ୟ କେତେବେଳେ ଆଦି ହୋଇ ଯାଇଥିଲେ, କେହି ବି ଜାଣି ପାରି ନଥିଲେ । ଆଦିତ୍ୟ ରାଶି ଅନୁସାରେ କେଉଁ ଦିନର କେଉଁ ରଙ୍ଗର ଶାର୍ଟ ପିନ୍ଧିବେ । କଣ ତାଙ୍କର ପସନ୍ଦ କଣ ତାଙ୍କର ନାପସନ୍ଦ । କଫି କେତେ ହାର୍ଡ ହେବା ଦରକାର, ପାଣି କେତେ ଥଣ୍ଡା ହେବା ଦରକାର, ଅଣ୍ଡା ଆମଲେଟ୍ କେତେ ଫ୍ରାଏ ହେବା ଦରକାର ।
ଆଦିତ୍ୟଙ୍କର ପ୍ରତିଟି ରୁଚିକୁ ଆକୃତି ଧ୍ୟାନ ଦେଇଥାଏ । କେଜାଣି ଦୁହିଁଙ୍କ ଭିତରେ କି କେମେଷ୍ଟ୍ରି କି ଟେଲିପାଥି କାମ କରେ, ସନ୍ଧ୍ୟାରେ ଅଫିସ୍ରୁ ଫେରିଲା ବେଳେ ଯଦି ମନ ଭିତରେ ଇଚ୍ଛା କରିଥିବେ ଚିକେନ ପକୋଡ଼ା ଖାଇବାକୁ, ଘରକୁ ଫେରି ଦେଖିବେ ଆକୃତି ଚିକେନରେ କର୍ଣ୍ଣଫ୍ଲାୱାର ଗୋଳେଇ ମ୍ୟରିନେଟ୍ କରି ଆପେକ୍ଷା କରିଥିବ ତାଙ୍କ ଆସିବା ପଥକୁ ।
ଆକୃତି ବେଡ୍ ରୁମକୁ ଚାଲି ଯାଇଥିଲା । ଆଦିତ୍ୟ ବାଲକୋନିରୁ ଝରକା ଦେଇ ତାକୁ ପରିସ୍କାର ଦେଖି ପାରୁଥିଲେ । ବେଡ୍ରୁମ୍ର ଧିମା ବ୍ଲୁ ଲାଇଟ୍ରେ ଖୁବ୍ ଲୋଭନୀୟ ଲାଗୁଥିଲା ଆକୃତି । ଏହି କୋମଳ ଶାନ୍ତ ସ୍ୱଭାବର ଝିଅଟି, ଲାଇଟ୍ ଲିଭିଗଲା ପରେ, ରାତିର ଅନ୍ଧାରରେ ଶେଜ ଉପରେ ପାଲଟି ଯାଏ ଏକ ହିଂସ୍ର ହରିଣୀ । ଆଉ ତା ହିଂସ୍ରତାର ଆଘାତରେ ବାରମ୍ବାର ଆହତ ହେବାକୁ ଖୁବ୍ ପସନ୍ଦ କରନ୍ତି ଆଦିତ୍ୟ ।
ଗୋଲାପୀ ବେଡ୍ଶୀଟ ପଡ଼ିଥିବା ସେ ବେଡ୍ଉପରେ, ଆକୃତିର ନଗ୍ନ ଶରୀରର ବଢିଲା ଛାତି ଉପରେ, ଆଦିତ୍ୟ ଯେତେବେଳେ ନିଜ ମୁହଁ ରଖନ୍ତି, ତାଙ୍କ ଆଖି ଦୁଇଟି ହୋଇଯାଏ ଆପେ ଆପେ ମୁଦ୍ରିତ । ଆଉ ତାଙ୍କ କଳ୍ପନା ଚକ୍ଷୁରେ ପରୀଟିଏ ପରି ଦିଶେ ଆକୃତି । ଆଉ ଆଦିତ୍ୟ ନିଜକୁ ଭାବନ୍ତି ସେ ପରୀରାଜ୍ୟର ରାଜକୁମାର । ଆକୃତିର ଶରୀର ତାଙ୍କୁ ଲାଗେ ଶୋଭାମୟ ଜୀବନ୍ତ ପ୍ରଲୋଭନ , a living seduction, ଯାହାର ପାଦଠୁ ମସ୍ତକ ଯାଏ ଭରି ରହିଛି ଆବେଗର ଅରଣ୍ୟ, ଉତ୍ତେଜନାର ପ୍ରସ୍ରବଣ ଏବଂ ଆକର୍ଷଣର ବାସ୍ନା ।
ଫୋର ପ୍ଲେଠୁ ଅର୍ଗାଜମ ଯାଏ, ଆକୃତି ପାଲଟି ଯାଏ ଏକ ଦିଗହରା ନଈ, ଯାହାର ଗୋଟେ ଲକ୍ଷ୍ୟ ଆଦିତ୍ୟ ପରି ଏକ ଅଶାନ୍ତ ସମୁଦ୍ରର କ୍ଷୁଧାକୁ ଶାନ୍ତ କରିବା । ଆକୃତିର ନଗ୍ନ ଶରୀରର କୋଣ ଅନୁକୋଣରେ ଆଦିତ୍ୟ ଯେତେବେଳେ ନିଜର ସ୍ୱାକ୍ଷର ଲିପିବନ୍ଧ କରନ୍ତି , ସାଧାରଣ ଓ ଅସମର୍ଥମାନେ କେବେ ବି ବୁଝି ପାରିବେନି, ଦୈହିକ ମିଳନ ହିଁ ଶାସ୍ୱତ ପ୍ରେମର ଏକ ଅନୁଷଙ୍ଗ ଯାହା ଅନ୍ତସ୍ଥଳର ଚେତନାକୁ ପ୍ରକଟିତ କରେ । ସକାଳର ଶୀତଳତାରେ ଆରମ୍ଭ ହୋଇଥିବା ଏକ ପ୍ରେମକାହାଣୀ ରାତ୍ରିର ଉଷ୍ମତାରେ ତାର ଚରମତୃପ୍ତିରେ ପହଂଚେ ।
ଆଦିତ୍ୟ କେଉଁଠି ଗୋଟେ ପଢିଥିଲେ ମାତ୍ର ୧୧% କପୁଲ ହିଁ ଦୈହିକ ମିଳନର ସେହି ଚରମତୃପ୍ତିକୁ ସ୍ପର୍ଶ କରିପାରନ୍ତି । ଆଦିତ୍ୟ ଭାବନ୍ତି ସେ ଦୁହେଁ ଏ ୧୧% ଭିତରେ ଆସିବେ । ତେବେ କଣ କମି ରହିଗଲା ଆକୃତିର । ଏତେ ଭାବିସାରିଲେଣି କାହିଁ ଆଦିତ୍ୟଙ୍କୁ ଆକୃତିର ଗୋଟିଏ କମି ମିଳିଲାନି । ପ୍ରେମର ପ୍ରତିଟି ସୋପାନରେ ସେ ହୋଇଛି ବିଜୟନୀ । ତେବେ ତେବେ ଏତେ ସୁନ୍ଦର ପ୍ରେମ କାହାଣୀ ଭିତରେ ରିଚା ସକ୍ସେନାର କି କାମ? ରିଚା ସକ୍ସେନା ଓ ଆକୃତି ମିଶ୍ର ଭିତରେ ତୁଳନା ହିଁ ନାହିଁ । ତେବେ କଣ ପାଇଁ ଆଦିତ୍ୟ ସେ ଭୁଲ୍ କରି ବସିଲେ?
ରିଚା ସକ୍ସେନା । ଦି ଦିନ ତଳେ ଦିଲ୍ଲୀରେ ଏକ ପାର୍ଟିରେ ଆଦିତ୍ୟଙ୍କର ଦେଖା ହୋଇଥିଲା ଏହି ରିଚା ସକ୍ସେନା ସହ । ଯେଉଁ କମ୍ପାନୀ ସହ ଆଦିତ୍ୟ ବିଜନେସ ମିଟିଙ୍ଗ ପାଇଁ ଯାଇଥିଲେ, ସେହି କମ୍ପାନୀରେ ରିଚା ମାର୍କେଟିଙ୍ଗ ମ୍ୟାନେଜର ଅଛି । ମିଟିଙ୍ଗ ପରେ ଇଭିନିଙ୍ଗରେ ଗୋଟେ ପାର୍ଟି ଥିଲା । ମିଟିଙ୍ଗ ଓ ସେ ପାର୍ଟିରେ ହେଲୋ ହାଏ ପରେ ପରିଚୟ ହୋଇଥିଲା ରିଚା ସହ । ସେମିତି କିଛି ଆକର୍ଷିତ ହୋଇ ପଡ଼ି ନଥିଲେ ଆଦିତ୍ୟ । ମହାନଗରୀର ରାସ୍ତା ଘାଟ, ମଲ ରେଷ୍ଟୁରାଂଟରେ ବୁଲୁଥିବା ମାଳ ମାଳ ଜିନ୍ସ ଟପସ୍ ପିନ୍ଧା ଝିଅଙ୍କ ପରି ଗୋଟେ ଝିଅ ସେ । ଦିନ ସାରା ବିଜି ସିଡ୍ୟୁଲର ପ୍ରେସରରେ ଟାଏର୍ଡ ହୋଇ ଯାଇଥିବା ଆଦିତ୍ୟ ହ୍ୟୁସ୍କିର ଗୋଟେ ପେଗ୍ ପରେ ଗୋଟେ ପେଗ୍ ପିଇଚାଲିଥିଲେ । ଆଉ ତାଙ୍କର ଖୁବ୍ ସାଥ୍ ଦେଇଥିଲା ରିଚା ସକ୍ସେନା । ପ୍ରାୟତଃ ବିଅର ପିଉଥିବା ଆଦିତ୍ୟ, ପିଉ ପିଉ କେତେବେଳେ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲେ ଜାଣି ପାରିନଥିଲେ । ଅର୍ଦ୍ଧଚେତନା ଅବସ୍ଥାରେ ତାଙ୍କୁ ନିଜ କାନ୍ଧର ସାହାରା ଦେଇ ରିଚା ନିଜ ହୋଟେଲ ରୁମ୍କୁ କେତେବେଳେ ନେଇ ଯାଇଥିଲା, ସେଥିରୁ ବି ସେ ଥିଲେ ଅଜ୍ଞ ।

ଗୋଟେ ଶେଜ, ହଳେ ନରନାରୀ । ଗରମ ନିଃଶ୍ୱାସ । ହ୍ୟୁସ୍କିର ଅତି ପ୍ରବଳ ନିଶା । ଦୁଇଟା ଦେହର ପରସ୍ପରକୁ ଆକର୍ଷଣ କଲା ପରି ଗନ୍ଧ । ତା ପରେ ସମୟର କଣ୍ଟାସବୁ ଏମିତି ଘୁରିଲା, ଆଦିତ୍ୟଙ୍କ ଚାହିଁକି ବି ଅଟକେଇ ପାରିଲେନି ।
କିନ୍ତୁ କେମିତି ଭୁଲିଗଲେ, ନିଜର ପ୍ରାଣପ୍ରିୟା ପତ୍ନୀ କଥା..କେମିତି ଭୁଲିଗଲେ ସ୍ୱାମୀ ସ୍ତ୍ରୀର ସମ୍ପର୍କ ଭିତରେ ଥିବା ସେ ବିଶ୍ୱାସ ତକ, କେମିତି ହୋଇ ଗଲେ ଉଲଗ୍ନ ଏକ କ୍ଷଣ ପରିଚିତା ନାରୀ ଆଗରେ । କେତେ ପାଇଲେ ତୃପ୍ତି, କେତେ ପାଇଲେ ଅନୁଭୁତି । ଆଦିତ୍ୟ ନିଜେ ଜାଣନ୍ତିନି, କିନ୍ତୁ ହରେଇ ଦେଲେ ସବୁକିଛି ।
ସକାଳକୁ ରିଚା ସକସେନାର ଯେତେ ବେଳେ ନିଦ ଭାଙ୍ଗିଲା, ଜୀବନରେ ସେ ଦେଖୁଥିଲା ପ୍ରଥମ ଥର ପାଇଁ ଏକ ଦୃଶ୍ୟ । ସେ ତା ଅବଚେତନ ମନରେ ବି ଏମିତି ଏକ ଦୃଶ୍ୟର ପରିକଳ୍ପନା କରି ନଥିଲା । ସେ ଦେଖିଲା ଆଦିତ୍ୟ କାନ୍ଦୁୁଛନ୍ତି କଇଁ କଇଁ ହୋଇ ।
ରିଚା ଆଦିତ୍ୟଙ୍କ କାନ୍ଧ ଉପରେ ହାତ ରଖି କହିଲା, କ୍ୟା ୟାର! why are you crying..its just an One night stand.. କାଲି ତୁମେ ଭୁବନେଶ୍ୱର ଫେରିଯିବ । ଆମର ଆଉ କେବେ ଦେଖା ବି ହେବନି । ରାତ ଗୟି ବାତ ଗୟି । why are you so worried ? ଆଜି କାଲି ଏସବୁ କମନ କଥା ହୋଇ ଗଲାଣି । ପୁରୁଷ ହୋଇ କାନ୍ଦୁଛ? ଛି..
ସତରେ କଣ ରାତି ସରିବା ସହ କଥା ସରିଯାଏ । କାହିଁ ସରିଲାନି ତ । ଦୁଇ ହଜାର କିଲୋମିଟର ଦୂରରେ ଥିବା ଗୋଟେ ହୋଟେଲର ନିଭୃତ କୋଠରୀ ଭିତରେ ସେ ରାତ୍ରିର ଅନ୍ଧକାରରେ ନିଶାର ମହା ମାୟାରେ ଯାହା ଘଟିଗଲା, ତାର ମୂକ ସାକ୍ଷୀ କେବଳ ଦୁଇ ଜଣ । ସେ ଓ ଆଉ ଗୋଟେ ଅଣ ଓଡିଆ ଝିଅ ଯାହାର ଠିକଣା କଣ ଆଦିତ୍ୟ ଜାଣନ୍ତିନି ।
ତେବେ କଣ ପାଇଁ ଆଦିତ୍ୟଙ୍କ ମନରେ ଏ ପାପବୋଧ । କାହିଁକି ତାଙ୍କ ମନ..ତାଙ୍କ ଆତ୍ମା ଆଜି ପଶ୍ଚାତ୍ତାପର ଅନଳରେ ଜଳୁଛି । କାହିଁକି ସେ ଅତି ନିଜର ପ୍ରାଣପ୍ରିୟା ଆକୃତିର ମୁହଁକୁ ଚାହିଁ ପାରୁନାହାଁନ୍ତି । ସେ ଜାଣନ୍ତି ଆକୃତି କେବେ ବି ରିଚା ସକ୍ସେନା କଥା ଜାଣି ପାରିବନି । ଆଦିତ୍ୟ ଯଦି ନକୁହନ୍ତି, ସବୁଦିନ ପାଇଁ ସେ କଥାଟି ଅନ୍ଧାରି ଗୃହରେ ଲୁଚି ରହିଯିବ । ସବୁ ପୂର୍ବ ପରି ଚାଲିବ..ସେମିତି ରହିବ ସ୍ୱାମୀ ସ୍ତ୍ରୀଙ୍କ ଲଭ୍ ସେକ୍ସ ରୋମାନ୍ସ । ତେବେ ଅସୁବିଧା କେଉଁଠି? କାହିଁକି ନିଜ ଗୋଡ଼ରେ କୁରାଢୀ ମାରୁଛନ୍ତି ଆଦିତ୍ୟ?
ତେବେ ଆଦିତ୍ୟ କଣ ଅନେଇ ପାରିବେ ଆକୃତିର ମୁହଁକୁ? ଖାଇ ପାରିବେ ଚୁଡ଼ିର ରୁଣୁଝୁଣୁ ଶବ୍ଦ ମିଶିଥିବା ସେହି ରୁଟିକୁ? ଆକୃତି ସହ ଗୋଟେ ଶେଜରେ ଶୋଇଥିବା ବେଳେ, ସେହି ପାପ ତକକ ତାଙ୍କୁ କଣ ଶୋଇବାକୁ ଦେବ? କେମିତି ବଂଚିବେ ଏ ଅକ୍ଟୋପାଶର ବନ୍ଧନରୁ? ତେବେ ସେ କଣ ଡେଇଁ ପଡ଼ିବେ ଏ ଆଠମହଲାର ବାଲକୋନିରୁ ତଳକୁ..ଆଉ ମୁକ୍ତି ପାଇଯିବେ ସବୁ ପାପ..ସବୁ ଦହନରୁ । କିନ୍ତୁ ଦୋଷ ସେ କଲେ..ପାପ ସେ କଲେ..ଆକୃତି କଣ ପାଇଁ ଦଣ୍ଡ ପାଇବ? ଏଥିରେ ସନ୍ଦେହ ନାହିଁ ଆଦିତ୍ୟ ବହୁତ ଭଲପାଆନ୍ତି ଆକୃତିକୁ । ନିଜ ଜୀବନଠୁ ବି ଅଧିକ । ଆକୃତି ରିଚା ସକସେନା କଥା ଜାଣିଲେ ବହୁତ ଘଟଣା ଘଟିବାର ସମ୍ଭାବନା ଅଛି ।
୧. ଆକୃତି ତାକୁ ଥାପଡ ମାରିକି ବହୁତ ଗାଳି କରିପାରେ, ଦୁଇ ତିନି ଦିନ ନଖାଇ କି ଉପାସ ରହିପାରେ । ତାପରେ ସବୁ ଭୁଲି ଯାଇ ତାଙ୍କୁୁ କ୍ଷମା କରିଦେଇ ପାରେ ।
୨. ଆକୃତି ତା ବାପା ବୋଉଙ୍କୁ, ଆଦିତ୍ୟଙ୍କ ବାପା ବୋଉଙ୍କୁ ସବୁ କହିଦେଇ ତାକୁ ନୀଚ କରି ଦେଇପାରେ ।
୩. ଆକୃତି ତାଙ୍କୁ ଛାଡିକି ତା ପ୍ୟାରେଣ୍ଟସଙ୍କ ଘରକୁ ଚାଲି ଯାଇପାରେ କିମ୍ବା ବାହାରେ କେଉଁଠି ନିଜେ ଘର ନେଇ ରହିପାରେ ।
୪. ପୋଲିସ୍ କି ମହିଳା କମିସନ ନିକଟରେ କମ୍ପଲେନ କରି ତାକୁ ଡାଇଭର୍ସ ଦେଇ ପାରେ ।
୫. କିମ୍ବା ଏତେ ବଡ଼ ବିଶ୍ୱାସଘାତକତା ସହ୍ୟ ନ କରି ପାରି ଆତ୍ମହତ୍ୟା କରିପାରେ ।
ସମ୍ଭାବନା କିଛି ବି ହୋଇ ପାରେ । କିନ୍ତୁ ଆଦିତ୍ୟଙ୍କୁ ସମ୍ମୁଖୀନ କରିବାକୁ ହେବ । ଗୋଟେ ଭୁଲ୍ ଗୋଟେ ପାପ ପାଇଁ ସେ ତାଙ୍କର ପ୍ରେମର ପବିତ୍ରତାକୁ ନଷ୍ଟ କରି ପାରିବେନି । ବେଡ୍ରୁମକୁ ଗଲେ । ରାତି ଗୋଟାଏ ବାଜି ସାରିଲାଣି । ଆକୃତି ଶୋଇ ପଡ଼ିଥିଲା । ପତଳା ଚାଦରଟେ ତା ଉପରେ ଘୋଡ଼େଇ ଦେଲା । ଆଦିତ୍ୟ ତା ମୁହଁକୁ ଚୁମାଟିଏ ଦେବାକୁ ଯାଉଥିଲେ, କିନ୍ତୁ ରହିଗଲେ । ତାଙ୍କୁ ଆଜି ଆକୃତିର ମୁହଁଟି ଦେବୀ ପରି ଦିଶୁଥିଲା । ଏକ ପରୀ ପରି ଦିଶୁଥିଲା । ତା ଦେହରେ ନିଜର ଅପବିତ୍ର ପାପୀ ସ୍ପର୍ଶ ଦେଇ ତାକୁ କଳଙ୍କିତ କରିବାକୁ ଚାହିଁଲେନି ଆଦିତ୍ୟ ।
ବେଡରୁମରୁ ଲେଟର ପ୍ୟାଡଟେ ଆଣି ବାଲକୋନିରେ ବସି ନିଜ କନଫେସନ ଲେଖିବାକୁ ଲାଗିଲେ ଆଦିତ୍ୟ । କିଛି ଲୁଚାଇଲେନି, ଯାହା ହୋଇଥିଲା ସବୁ ଲେଖିଦେଲେ । ଶେଷରେ ନିଷ୍କପଟ ମନରେ କ୍ଷମା ମାଗିଥିଲେ ଓ ଆଉ ଗୋଟେ ସୁଯୋଗ ମାଗିଥିଲେ । ଚିଠିର ଶେଷ କଥା କେଇ ପଦକ ତାଙ୍କ ଲୁହ ପଡ଼ି ଅସ୍ପଷ୍ଟ ହୋଇଯାଇଥିଲା । ଚିଠିଟିକୁ ଆକୃତି ଶୋଇଥିବା ସାଇଡରେ ଥିବା ସୋକେସ ଉପରେ ରଖିଦେଇ ଆଦିତ୍ୟ ଶୋଇ ପଡ଼ିଲେ । ସେତେବେଳକୁ ରାତି ଦୁଇଟା ହେଲାଣି । ଦିନ ସାରାର କ୍ଲାନ୍ତି ଓ ବିଅରର ନିଶାରେ ତାଙ୍କ ଆଖିକୁ ବହୁଶୀଘ୍ର ନିଦ ଆସି ଯାଇଥିଲା ।
କେତେ ସମୟ ପରେ କି କେତେ ଘଂଟା ପରେ ହଠାତ କାହାର ଚୁମ୍ବନର ସ୍ପର୍ଶରେ ଆଦିତ୍ୟଙ୍କ ନିଦ ଭାଙ୍ଗିଗଲା । ନିଦୁଆ ନିଦୁଆ ଆଖିରେ ଦେଖିଲେ ଭୋର ସମୟ ବୋଧେ । ନା ରାତି ପୁରା ଯାଇଥିଲା ନା ଦିନପୁରା ଆସିଥିଲେ । ଦେଖିଲେ ତାଙ୍କ ପେଟ ଉପରେ ଦୁଇ ପଟକୁ ଗୋଡ କରି ଆକୃତି ବସିଛି । ଆଉ ତା ହାତ ଦୁଇଟି ଆଦିତ୍ୟଙ୍କ ଛାତି ଉପରେ ଅଛି ।
ଆଦିତ୍ୟ ଡରି ଡରି ପଚାରିଲେ, ଚିଠି ପଢିଲ ।
ଆକୃତି କିଛି ଉତ୍ତର ଦେଲାନି । ନିଜ ଟପ୍ସକୁ ଖୋଲିଦେଲା । ଆଉ ନିଜକୁ ଶୁଆଇ ଦେଲା ଆଦିତ୍ୟଙ୍କ ଛାତି ଉପରେ ।
ନିଜ ମୁହଁକୁ ତାଙ୍କ କାନ ପାଖକୁ ନେଇ ଫିସ୍ ଫିସ୍ ହୋଇ କହିଲା, କେଉଁ ଚିଠି? ହଁ ଗୋଟେ କାଗଜ ଥିଲା, ସେଥିରେ କିଛି ଲେଖା ହୋଇଥିଲା, ପଢିକି, ଚିରିକି ବାଥରୁମ୍ରେ ସବୁ ଦିନ ପାଇଁ ଫ୍ଲସ୍ କରିଦେଇ ଆସିଲି ।
ଆଦିତ୍ୟଙ୍କ ଆଖରୁ ଧାର ଧାର ହୋଇ ଲୁହ ବାହାରୁଥିଲା । ସେ ଆକୃତିର ନଗ୍ନ ଶରୀରକୁ ଯୋରରେ ଚାପିଧରିଲେ । ଆଉ ଏ ବନ୍ଧନ ଥିଲା ପ୍ରେମର, ସ୍ନେହର, ବିଶ୍ୱାସର..ଜନ୍ମ ଜନ୍ମର ।………..

LEAVE A REPLY

Please enter your comment!
Please enter your name here