ଆଜି ଜାଣିବା ଆମେ M ଅକ୍ଷରରୁ ଆରମ୍ଭ ହେଉଥିବା ନାଁ ର ଲୋକମାନେ କିପରି ହୋଇଥାନ୍ତି ଆଉ ତାଙ୍କର ସ୍ବଭାବ ବିଷୟରେ ।

ସାଧାରଣତଃ ଆପଣ ଜାଣିଥିବେ ‘M’ ଅକ୍ଷର ଯାହା ଓଡ଼ିଆରେ ‘ମ’ କୁହାଯାଏ, ମ ଅକ୍ଷରରୁ ଆରମ୍ଭ ହେଉଥିବା ଲୋକ ମାନଙ୍କର ରାଶି ‘ସିଂହ’ ହୋଇଥାଏ ।

M ଅକ୍ଷରର ଲୋକମାନେ ସାଧାରଣତଃ ସଫଳତା ପାଇବା ପାଇଁ ବହୁତ ପରିଶ୍ରମ କରନ୍ତି ଯେମିତିକି ମହେନ୍ଦ୍ର ସିଂ ଧୋନି, ମାଧୁରୀ ଦିକ୍ଷୀତ୍, ମୁକେଶ ଅମ୍ବାନୀ, ମନୋହର ପାରୀକର । ପରିଶ୍ରମ ର ଫଳ ସେମାନଙ୍କୁ ମିଳିବା ଧାର୍ଯ୍ୟ କାରଣ ସେମାନେ ଯେଉଁ କାମ କରନ୍ତି ବୁଦ୍ଧି ବିବେକ ଆଉ ହୃଦୟ ସହକାରେ କରନ୍ତି ।

M ଅକ୍ଷର ର ଲୋକମାନେ ବହୁତ ସ୍ମାର୍ଟ୍ ଆଉ ଆକର୍ଷଣୀୟ ହୋଇ ଥାଆନ୍ତି । ଏହି ଲୋକମାନଙ୍କର ମୁହଁରେ ସବୁବେଳେ ସ୍ମିତ ହସ ରହିଥାଏ । ଏ ଲୋକ ମନେମନେ ଗଭୀର ଚିନ୍ତାରେ ବୁଡ଼ି ରୁହନ୍ତି । ଏମାନେ ଟିକେ ସଂକୋଚି ବି ହୋଇଥାଆନ୍ତି, M ଅକ୍ଷରର ଲୋକମାନେ ସବୁ ଛୋଟମୋଟ କଥାକୁ ହୃଦୟରେ ଲଗେଇ ଦିଅନ୍ତି । ଯେତେବେଳେ ଏମାନଙ୍କ ହୃଦୟ ଭାଙ୍ଗେ ଏମାନେ ଭିତରୁ ପୁରା ଭାଙ୍ଗି ପଡ଼ନ୍ତି, ସ୍ବଭାବରେ ଏମାନେ ବହୁତ ଜିଦିଆ ହୋଇ ଥାଆନ୍ତି ଯେଉଁ କଥାକୁ ଧରି ନିଅନ୍ତି ସେ କଥାକୁ କେବେ ଛାଡ଼ନ୍ତିନି । ସଧାରଣତଃ ଏମାନଙ୍କୁ ସମସ୍ତେ ବହୁତ ପସନ୍ଦ କରନ୍ତି, ଏମାନଙ୍କ ମନରେ ଗୋଟିଏ କଥା ଉପରେ ଆଉଗୋଟିଏ ନଥାଏ । ଯାହା କୁହନ୍ତି ସଫାସଫା କୁହନ୍ତି କୌଣସି କଥାକୁ ବୁଲେଇ ବଙ୍କେଇ କୁହନ୍ତିନି ସେଥିପାଇଁ ଏମାନଙ୍କ କଥା କିଛି ଲୋକଙ୍କୁ ଭଲ ଲାଗେନି । ଏମାନେ ଭୁଲ୍ କଥାକୁ ପ୍ରସୟ ଦିଅନ୍ତିନି, ଏମାନଙ୍କ ଉପରେ ଭାଗ୍ୟ ବହୁତ୍ ସାଥ୍ ଦିଏ । ଏମାନଙ୍କ ପାଖରେ ଧନ ଆଉ ଇଜ୍ଜତ କେବେ କମ୍ ହୁଏନାହିଁ । ସମ୍ମାନ ପାଇଁ ଏମାନେ ନିଜକୁ ମଧ୍ୟ ବିକ୍ରି କରିଦେଇ ପାରନ୍ତି କିନ୍ତୁ କାହା ପାଖରେ ମୁଣ୍ଡ ନୁଆନ୍ତିନି ।

M ଅକ୍ଷରର ଲୋକମାନେ ପ୍ରେମ ସମ୍ବନ୍ଧରେ ଟିକେ ଭାବୁକ ହୁଅନ୍ତି, ଯାହାକୁ ଭଲ ପାଆନ୍ତି ନିଜ ଜୀବନଠୁ ବି ଅଧିକ ଭଲପାଆନ୍ତି କିନ୍ତୁ ଯାହା ଉପରେ ଥରେ ଘୃଣାକରିବା ଆରମ୍ଭ କରନ୍ତି ସେମାନେ କେବେ ଆଉ ତାକୁ ଭଲ ପାଇ ପାରନ୍ତିନି, ଏମାନେ କେବେ ପ୍ରଥମ ପ୍ରପୋଜ୍ କରନ୍ତିନି କାରଣ ଏମାନେ ସାଧାରଣ ଲାଜୁଆ ପ୍ରକୃତିର ଥାଆନ୍ତି । ଏମାନେ ଶୀଘ୍ର ପ୍ରେମରେ ପଡ଼ନ୍ତିନି କିନ୍ତୁ ଯାହା ହାତ ଥରେ ଧରନ୍ତି ଜୀବନ ଥିବା ଯାଏ ଛାଡ଼ନ୍ତିନି । ଏମାନଙ୍କର ସବୁବେଳେ ଗୋଟିଏ ଏମିତି ଜୀବନସାଥୀ ର ଖୋଜାଥାଏ ଯିଏ ତାଙ୍କୁ ବହୁତ ଭଲପାଇବ ଆଉ ତାଙ୍କର ଯତ୍ନ ନେବ । ସେମିତି ସାଥିଙ୍କ ପାଇଁ ସେ ଦୁନିଆ ସହିତ ଲଢ଼େଇ କରି ପାରିବେ ।

LEAVE A REPLY

Please enter your comment!
Please enter your name here