ପାଣିପାଗ ବିଭାଗର ସୂଚନା ପ୍ରକାଶ କରାଯାଇଛି ଯେ ଆଣ୍ଡାମାନର ପୋର୍ଟବ୍ଲେୟାର ଠାରୁ ପ୍ରାୟ ୧୫୦୦ କି.ମି ଦୂରରେ ସୃଷ୍ଟି ହୋଇ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି ବାତ୍ୟା ‘ପାବୁକ’ । ପ୍ରଥମେ ତିତିଲି ପରେ ପେଥାଇ ଓ ତାପରେ ପାବୁକ ମାଡି ଆସୁଛି ସ୍ଥଳ ଭାଗ ଆଡ଼କୁ । ଏହି ମାସର ପାଞ୍ଚ ତାରିଖ ସୁଧା ଆଣ୍ଡାମାନ ଉପକୂଳର୍ବୀ ଅଞ୍ଚଳରେ ଏହାର ପ୍ରଭାବ ରହିବ ଓ ୬ ତାରିଖ ଦିନ ଏହା ଆଣ୍ଡାମାନ ଦେଇ ମିଆଁମାର ଆଡ଼କୁ ଗତି କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି ।
ଏହି ବାତ୍ୟା ପାବୁକ କୁ ଆଖି ଆଗରେ ରଖି ଓଡ଼ିଶାର ୭ ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ମାନଙ୍କ ଭିତରୁ ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲା ସାମିଲ ରହିଛି । ଓଡ଼ିଶାକୁ ଏହାର ପ୍ରଭାବ କଣ ପଡ଼ିବ ଏହା ଜଣାପଡିନି । ତଥାପି ସମୂଦ୍ର ଅଶାନ୍ତ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ଓ କହିଛି ଆସନ୍ତା ଦୁଇ ଦିନ ମଧ୍ୟରେ ବାତ୍ୟା ଓଡ଼ିଶା ଉପରେ କି ପ୍ରଭାବ ପକାଇବ ତାହା ସ୍ପଷ୍ଟ କରାଯାଇ ପାରିବ । ବର୍ତ୍ତମାନ ପାବୁକ ଥାଇଲାଣ୍ଡ ପଥେ ଅଗ୍ରସର ।

LEAVE A REPLY

Please enter your comment!
Please enter your name here