ମକର ସଂକ୍ରାନ୍ତି ହିନ୍ଦୁ ଧର୍ମରେ ମହତ୍ୱ ପର୍ବ ବୋଲି ଜଣାଯାଏ | ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଯୋଗୁଁ ଦିନ ବଡ ହେବାରେ ଲାଗେ | ଏହା ମାଘ ମାସର ପ୍ରଥମ ଦିନରେ ପାଳନ କରାଯାଏ | ଏହି ସଂକ୍ରାନ୍ତି ପୁରା ଭାରତବର୍ଷରେ ପାଳନ କରାଯାଏ | ଆଜି ଦିନରେ ତିଳ ବା ରାଶି ଦାନ, ଗୁଡ଼ ଦାନ କରିବା ସହ ରାଶିଲଡୁ ଭୋଗ ମଧ୍ୟ ଭଗବାନଙ୍କ ପାଖରେ ପ୍ରସାଦ ରୂପେ ଅର୍ପଣ କରାଯାଏ | ଆମ ଓଡ଼ିଶାରେ “ମକର ଚାଉଳ” ତିଆରି କରାଯାଏ; ଯାହା କଞ୍ଚାଚାଉଳ, ଗୁଡ଼, କ୍ଷୀର, ନଡ଼ିଆ, ଛେନା, ମହୁରେ ପ୍ରସ୍ତୁତ କରାଯାଏ | ଏହା ସୂର୍ଯ୍ୟଙ୍କ ପାଖରେ ଭୋଗ ଲଗେଇବା ସହ ଭଗବାନଙ୍କ ପାଖରେ ମଧ୍ୟ ପ୍ରସାଦ ରୂପେ ଅର୍ପଣ କରାଯାଏ | ଓଡ଼ିଶାର ମୟୁରଭଞ୍ଜ, ସୁନ୍ଦରଗଡ, କେଉଁଝରର ଆଦିବାସୀମାନଙ୍କ ପାଇଁ ମକର ସଂକ୍ରାନ୍ତି ବର୍ଷର ବିରାଟ ବଡ ପର୍ବ ଭଳି ଖୁବ ଧୂମଧାମରେ ପାଳନ କରାଯାଏ | ଚାଷକାର୍ଯ୍ୟ ସଫଳ ପାଇଁ ପ୍ରାଥନା କରିବା ସହ ନିଜ ଘରକୁ ରଙ୍ଗ ଦେଇ, ନୂତନ ବସ୍ତ୍ର ପରିଧାନ କରି, ପିଠାପଣା କରି, ନାଚିଗାୟି,ମଦ-ମାଂସ ଓ ଗଞ୍ଜା ଲଢେଇର ଆୟୋଜନ କରି ଆନନ୍ଦ-ଉଲ୍ଲାଶରେ ପାଳନ କରନ୍ତି | କୁଡୁମି, ବସ୍ତିତି, ରାଜୁଆଲ ଜାତିର ଝିଅ ମାନେ “ଟୁସୁ” ଦେବୀଙ୍କୁ ପୂଜା-ଅର୍ଚନା କରିବା ସହ ନଦୀ ବା ପୋଖରୀରେ ପାରମ୍ପରିକ ଲୋକଗୀତ ଗାଈ ଦେବୀଙ୍କୁ ସ୍ନାନ କରାଇଥାନ୍ତି | ଶ୍ରୀ ଜଗନ୍ନାଥଙ୍କ ପାଖରେ “ଉତ୍ତରାୟଣ ଯାତ୍ରା” ପର୍ବ ପାଳନ କରାଯାଏ |

  ଅପରପକ୍ଷରେ ବିହାର, ଝାରଖଣ୍ଡ, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶରେ ମକର ସଂକ୍ରାନ୍ତିକୁ “ଖିଚଡୀ” ପର୍ବ ରୂପେ ପାଳନ କରାଯାଏ | ଏହି ଦିନ ଖେଚୁଡ଼ି (ଚାଉଳ, ଡାଲି ଓ ପରିବାକୁ ମିଶେଇ) ପ୍ରସ୍ତୁତ କରି ସେମାନେ ଖାଇବା ସହ ଭଗବାନଙ୍କ ପାଖେ ପ୍ରସାଦ ରୂପେ ଅର୍ପଣ କରନ୍ତି | ତାମିଲନାଡୁ, ପୁଡୁଚେରୀରେ “ପୋଙ୍ଗଲ” କୁହାଯାଏ | ଏହି ଦିନ ଚାଉଳରେ ଚିନି ଓ ମସୁରଡାଲି ମିଶେଇ ଖାଦ୍ୟ ପ୍ରସ୍ତୁତ କରି ଭଗବାନଙ୍କୁ ପ୍ରସାଦ ରୂପେ ଅର୍ପଣ କରିବା ସହ ନିଜେ ଖାଇଥାନ୍ତି | ଗୁଜୁରାଟ, ରାଜସ୍ଥାନରେ “ଉତ୍ତରାୟଣ” ବୋଲି କୁହାଯାଏ | ପଂଜାବ, ହରିଆଣାରେ “ଲୋହଡ଼ି” ବୋଲି କୁହାଯାଏ | ଆସାମରେ “ବିହୁ” ବୋଲି କୁହାଯାଏ | ଭୋଜିଭାତ, ନାଚଗୀତର ଆୟୋଜନ ଏହି ପର୍ବ ମାନଙ୍କରେ କରାଯାଏ |

LEAVE A REPLY

Please enter your comment!
Please enter your name here