NEFT ଟ୍ରାନଜାକସନ୍‌ରେ ଏବେ ଗ୍ରାହକ ଆଶ୍ଵସ୍ତି; 24×7 ଟ୍ରାନଜାକସନ୍‌ କରିପାରିବେ

0
229

ରିଜର୍ଭ ବ୍ୟାଙ୍କ ଏନଏଫଟି ଟ୍ରାଜାକସନରେ ଶୁଳ୍କ ବନ୍ଦ କରିବାର ଘୋଷଣା ଆଗରୁ କରିସାରିଛି; କିନ୍ତୁ ଏବେ ଘୋଷଣା କରିଛି ଯେ ଡ଼ିସେମ୍ବର ୧୬ ପରେ NEFT ଟ୍ରାନଜାକସନ୍‌ ୨୪ ଘଣ୍ଟା, ସାତ ଦିନ ଯାଏଁ ଖୋଲା ରହିବ; ତେଣୁ ରିଜର୍ଭ ବ୍ୟାଙ୍କ ସମସ୍ତ ବ୍ୟାଙ୍କକୁ ଠିକ ଭାବରେ ଏହି ସର୍ଭିସକୁ ଲାଗୁ କରିବା ସହ ବ୍ୟାଙ୍କ ଖାତାରେ ସବୁ ସମୟରେ ପର୍ଯ୍ୟାପ୍ତ ରାଶି ରଖିବାକୁ ନିର୍ଦ୍ଦେଶ ଦେଇଛି; ଯାହାଦ୍ୱାରା ଏନଇଏଫଟି ଟ୍ରାନଜାକସନରେ ଆଉ କୌଣସି ବାଧା ସୃଷ୍ଟି ହେବନାହିଁ

ଏନଇଏଫଟି ହେଉଛି ଅନଲାଇନ୍‌ ଟ୍ରାନଜାକସନର ଏକ ମାଧ୍ୟମ ଯାହାଦ୍ୱାରା ଆପଣ ଏକକାଳୀନ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରାଶିକୁ ଅନଲାଇନ ଟ୍ରାନଜାକସ୍‌ନ କରିପାରିବେ; ଏହି ଟ୍ରାନଜାକସନ୍‌ ବ୍ୟାଙ୍କ ଶାଖା ବା କୌଣସି ଇଣ୍ଟରନେଟ ଏବଂ ମୋବାଇଲ ବ୍ୟାକିଂ ଜରିଆରେ କରିପାରିବେ; ବର୍ତ୍ତମାନ ସାମାନ୍ୟ ଦିନରେ NEFT ଟ୍ରାନଜାକସନ୍‌ ସକାଳ ୮ଟାରୁ ସଂଧ୍ୟା ୭ଟାଂ ପଯ୍ୟର୍ନ୍ତ ହୋଇଥାଏ; ସେହିପରି ପ୍ରଥମ ଏବଂ ତୃତୀୟ ଶନିବାର ସକାଳ ୮ଟାରୁ ଦ୍ୱିପହର ୧ ପର୍ଯ୍ୟନ୍ତ କରାଯାଇଥାଏ

ଆରବିଆଇ ଅନୁଯାୟୀ ଅକ୍ଟୋବର ୨୦୧୮ରେ ସେପ୍ଟେମ୍ବର ୨୦୧୯ ଅବଧିରେ ୨୫୨ କୋଟି ଟଙ୍କାର ଟ୍ରାନଜାକସନ୍‌ ହୋଇଛି; ବର୍ଷ ଆଧାରରେ ଏହାର ଟ୍ରାନଜାକସନ୍‌ରେ ୨୦ ପ୍ରତିଶତ ବୃଦ୍ଧି ହୋଇଛି

LEAVE A REPLY

Please enter your comment!
Please enter your name here