ଦେଶର ସବୁ କ୍ଷେତ୍ରରେ କାମ କରୁଥିବା କର୍ମଚାରୀମାନଙ୍କ ପାଇଁ ଏକ ସର୍ବନିମ୍ନ (minimum wages)  ପାରିଶ୍ରାମିକ ଲାଗୁହେବ । ଖାଲି ଏତିକି ନୁହେଁ ସର୍ବନିମ୍ନ ପାରିଶ୍ରାମିକ ଦେବାକୁ ମନା କରିଲେ ଉଭୟ ସଂସ୍ଥା ବା କଂପାନୀକୁ ଜରିମାନା ବାବଦରେ ଦଶ ଲକ୍ଷ ଟଙ୍କା ଦେବାକୁ ପଡିପାରେ । କେନ୍ଦ୍ରିୟ ଶ୍ରମ ମନ୍ତ୍ରାଳୟ ସହ ଜଡିତ ସଂସଦର ଷ୍ଟାଣ୍ଡିଂ କମିଟି ପକ୍ଷରୁ ସବୁ କ୍ଷେତ୍ରର କର୍ମଚାରୀମାନଙ୍କ ପାଇଁ ଏକ ସର୍ବନିମ୍ନ ପାରିଶ୍ରାମିକ ବା ମଜୁରୀ  ଲାଗୁ କରିବାକୁ ସୁପାରିସ୍ ହୋଇଛି ।

ଅଭିଜ୍ଞତା ଥିବା କର୍ମଚାରୀଙ୍କୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ଷ୍ଟାଣ୍ଡିଂ କମିଟି ପକ୍ଷରୁ ଦିଆଯାଇଥିବା ସୁପାରିସରେ କୁହାଯାଇଛି । ଏକ୍ସପ୍ରିୟନ୍ସ୍ ଏବଂ ଫ୍ରେସର୍ସ ଉଭୟଙ୍କ ପାଇଁ ସମାନ ପାରିଶ୍ରମିକ ରହିବ ନାହିଁ ।ସେହିଭଳି କୌଣସି ବି ସେକ୍ଟରର କର୍ମଚାରୀଙ୍କୁ ଆଠ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ କାମ କରାଇପାରିବେ ନାହିଁ ସଂସ୍ଥା କିମ୍ବା କଂପାନୀ । ତେବେ ସେଭଳି କୌଣସି ଜରୁରୀ କାମ କହି ବି କର୍ମଚାରୀଙ୍କୁ କୌଣସି ବି ମାଲିକ ଅଫିସରେ ଅଧିକ ସମୟ ଅଟକାଇପାରିବେ ନାହିଁ ।
ଏଥି ସହିତ ହିଁ ପ୍ରତି ପାଞ୍ଚ ବର୍ଷରେ କର୍ମଚାରୀଙ୍କ ଏହି ସର୍ବନିମ୍ନ ପାରିଶ୍ରମିକକୁ ରିୱାଇଜ୍ କରାଯିବ । ଏକ ଅନ୍ତରାଷ୍ଟ୍ରିୟ ୱେଜ୍ ଧାର୍ଯ୍ୟ କରାଯିବ । ଯାହାକୁ ଆଧାର କରି ସମସ୍ତ ରାଜ୍ୟ ନିଜ ନିଜ ରାଜ୍ୟ ପାଇଁ ସର୍ବନିମ୍ନ ପାରିଶ୍ରମିକ ନିର୍ଧାରଣ କରିବେ । ଯାହାକି ବାଧ୍ୟତାମୂଳକ ରହିବ । ସଂସଦୀୟ ସମିତି ନିଜ ରିପୋର୍ଟ ଲୋକସଭାରେ ହସ୍ତାନ୍ତର କରିଛି । ଗତବର୍ଷ Code of  wages  ବିଲ୍ କୁ ଲୋକସଭାରେ ଉପସ୍ଥାପନା କରାଯାଇଥିଲା । ଏବେ କମିଟି ନିଜ Report ଲୋକସଭାକୁ ଅଗ୍ରସର କରିଛି ।
 ଏଠାରେ ଆମେ କହି ଦେଉଛୁ ଯେ, କୌଣସି ବି ନିୟମକୁ ଚୂଡାନ୍ତ ରୂପ ଦେବାରେ ଷ୍ଟାଣ୍ଡିଂ କମିଟିର ସୁପିରାସ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏପରିକି ଷ୍ଟାଣ୍ଡିଂ କମିଟି ମିନି ପାର୍ଲିଆମେଂଟ ରୂପରେ ବି ଜଣାଯାଏ । କମିଟିର Report ମୁତାବକ, ସର୍ବନିମ୍ନ ପାରଶ୍ରମିକ ଲାଗୁ ହେବା ଦ୍ୱାରା ସାରା ଦେଶରେ କାମ କରୁଥିବା ପାଖାପାଖି ୪୮ କୋଟି ଲୋକଙ୍କୁ ଫାଇଦା ମିଳିବ ବୋଲି ଅନୁମାନ କରଯାଉଛି । ସୂଚନା ମୁତାବକ, ଏହି ଅଠଚାଳିଶି କୋଟି କର୍ମଚାରୀଙ୍କ ମଧ୍ୟରୁ ବୟାଅଶି ଦଶମିକ୍ ସାତ ପ୍ରତିଶତ ଲୋକ ଅସଂଗଠିତ କ୍ଷେତ୍ରରେ କାମ କରନ୍ତି ।

LEAVE A REPLY

Please enter your comment!
Please enter your name here