ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଙ୍କ ଫଟୋ ସହିତ ବାଙ୍ଗ୍ଲାଦେଶର ପ୍ରଧାନମନ୍ତ୍ରୀ ଶେକ୍ ହସିନାଙ୍କ ଫଟୋ ମିଶାଇ ଫଟୋସପ୍ ରେ ଏଡିଟ୍ କରି ବିକୃତ କରିଥିବା ବାଙ୍ଗ୍ଲାଦେଶ ଯୁବକ ମୋନିର୍ ହାସିମ୍ କୁ ବାଙ୍ଗ୍ଲାଦେଶର କୋର୍ଟ୍ ୭ ବର୍ଷର ଜେଲ୍ ସହିତ ୧୦ ହଜାର ବାଙ୍ଗ୍ଲାଦେଶ ଟାକା ଜରିମାନାର ଆଦେଶ ଦେଇଛି ।
୨୦୧୩ ମସିହାରେ ଉକ୍ତ ଯୁବକ ତତ୍କାଳୀନ ଭାରତର ପ୍ରଧାନମନ୍ତ୍ରୀ ସହିତ ତତ୍କାଳୀନ ବାଙ୍ଗ୍ଲାଦେଶର ପ୍ରଧାନମନ୍ତ୍ରୀ ଶେକ୍ ହସିନାଙ୍କ ଫଟୋକୁ ବିକୃତ କରିଥିବାର ଉପଯୁକ୍ତ ପ୍ରମାଣ ବାଙ୍ଗ୍ଲାଦେଶ ଅଦାଲତ ପାଖରେ ଥିଲା । ୨୦୧୩ ମସିହାରୁ ସାଇବର ଟ୍ରିବୁନାଲରେ ଏହି ମାମଲା ଚାଲିଥିଲା । ଟ୍ରିବନାଲର ନ୍ୟାୟଧିସ ମହମ୍ମଦ ଆସ-ସାମ ଯୋଗୁଲ୍ ହୁସେନ୍ ଅଭିଯୁକ୍ତ ମୋନିର୍ କୁ ଏହି ଜେଲ ଦଣ୍ଡାଦେଶ ଶୁଣେଇଛନ୍ତି ।
ବାଙ୍ଗ୍ଲାଦେଶର ଆଇନ୍ ଅନୁଯାୟୀ ବିନା ଅନୁମତିରେ ସରକାରୀ ଫଟୋକୁ ଅପବ୍ୟବହାର କରିବା ଦଣ୍ଡନୀୟ ଅପରାଧ । ତେଣୁ କୋର୍ଟ ସମସ୍ତ ପ୍ରମାଣର ଆଧାରରେ ଅଭିଯୁକ୍ତକୁ ସାତ ବର୍ଷ ଜେଲ୍ ସହିତ ୧୦୦୦୦ ଟଙ୍କାର ଜରିମାନା କରିଛନ୍ତି । ଏହାକୁ ନେଇ ବିପକ୍ଷ ଦଳ ରାଜନୀତି ବି ଆରମ୍ଭ କରି ସାରିଛି । ଏହା ଲୋକମାନଙ୍କର ଇଣ୍ଟରନେଟ ସ୍ବାଧୀନତା ଉପରେ ସରକାର ହସ୍ତକ୍ଷେପ ର ଅଭିଯୋଗ ଆସିଛି ।

LEAVE A REPLY

Please enter your comment!
Please enter your name here