ମଦ ପିଇ ମାତାଲ ହେଲେ ହାଇଦ୍ରାବାଦ ରେ ଜଣେ ମହିଳା । ଏହି ମହିଳା ଏତେ ପିଇ ଦେଇଥିଲେ ଯେ ସେ ଭୁଲି ଯାଇଥିଲେ ସେ ଜଣେ ଦୁଇ ମାସ ଶିଶୁର ମା ବୋଲି ।
ସେ ମହିଳା ଜଣଙ୍କ ମଦ ପିଇ ମାତାଲ ଅବସ୍ଥାରେ ଘରକୁ ଫେରୁଥିଲେ ସାଙ୍ଗରେ ଥିଲା ଦୁଇ ମାସର ଶିଶୁ । ନିଶାସକ୍ତ ହବାରୁ ସେ ଭୁଲି ଯାଇଥିଲେ ନିଜ ଘରର ରାସ୍ତା । ଏହି ଘଟଣାଟି ଘଟିଛି ଅଫଜଲ୍ ଗଞ୍ଜ୍ ହାଇଦ୍ରାବାଦ ରେ । ଉକ୍ତ ମହିଳା ରାସ୍ତା ନପାଇବାରୁ ରାସ୍ତା କଡରେ ଜଣେ ବ୍ୟକ୍ତିଙ୍କୁ ଛୁଆ ଧରେଇ ଦେଇ ଚାଲି ଯାଇଥିଲେ ଆଗକୁ । ସେ ବ୍ୟକ୍ତି ବହୁତ ସମୟ ଧରି ସେ ମହିଳାଙ୍କୁ ସେହି ଜାଗରେ ଅପେକ୍ଷା କରିଥିଲେ କିନ୍ତୁ ସେ ମହିଳା ଆଉ ଫେରି ନଥିଲେ । ଛୁଆକୁ ଭୋକ ଲାଗିବାରୁ ସେ କାନ୍ଦିବାକୁ ଲାଗିଲା ହଜାର ଚେଷ୍ଟା ଫଳରେ ଉକ୍ତ ଯୁବକ ସେ ଛୁଆର କାନ୍ଧ ବନ୍ଦ କରିପାରିଲେନି ତାପରେ ସେ ଯାଇ ପହଞ୍ଚି ଥିଲେ ଅଧ ରାତିରେ ଅଫଜଲ୍ ଗଞ୍ଜ୍ ପୋଲିସ୍ ଷ୍ଟେସନ ରେ । ପୋଲିସ୍ ଡିୟୁଟିରେ ଥିବା କନେଷ୍ଟବଳ ଏମ୍ ରବିନ୍ଦ୍ର ଏହି ଘଟଣା ବିଷୟରେ ତାଙ୍କ ପତ୍ନୀ ପ୍ରିୟଙ୍କାଙ୍କୁ ଜଣେଇ ଥିଲେ । ଛୁଆର କାନ୍ଦ ଶୁଣି ପ୍ରିୟଙ୍କା ବୁଝି ପାରିଥିଲେ ଯେ ସେ ଛୁଆକୁ ବହୁତ ଯୋର ଭୋକ ଲାଗୁଛି କାରଣ ସେ ବି ଜଣେ ମା । ତତ୍ପସାତ୍ ପ୍ରିୟଙ୍କା ରାତି ଅଧରେ ଆସି ପୋଲିସ୍ ଷ୍ଟେସନରେ ପହଞ୍ଚି ଶିଶୁକୁ ସ୍ତନ୍ୟପାନ କରାଇ ଚୁପ କରେଇ ଥିଲେ ।
ଶିଶୁ କୁ ମେଡିକାଲ୍ ସ୍ଥାନାନ୍ତର କରିଲା ପରେ ପୋଲିସ୍ ର କାମ ଥିଲା ସେ ଶିଶୁର ମାଆକୁ ଖୋଜି ବାହାର କରିବା । ପୋଲିସର ତନାଘନା ପରେ ହତଭାଗା ଶିଶୁର ମାତାଲିଆ ମାଆକୁ ଗୋଟିଏ ସ୍ଥାନରେ କାନ୍ଦୁଥିବା ଅବସ୍ଥାରେ ଉଦ୍ଧାର କରାଯାଇ ଥିଲା ।
ପୋଲିସ୍ ର ପଚରା ଉଚୁରା ପରେ ସେ ମହିଳା କହିଥିଲେ ନିଜର ମଦ୍ୟପାନ ବିଷୟରେ ଆଉ କହିଥିଲେ ଯେ ସେ ଏତେ ପିଇ ଦେଇଥିବାରୁ ରାସ୍ତା ଭୁଲି ଯାଇଥିଲେ । ସବୁ ପ୍ରକାରର ଫରମାଲିଟି ପୂରଣ କଲାପରେ ପୋଲିସ୍ ଉକ୍ତ ମହିଳାଙ୍କୁ ତାଙ୍କ ଶିଶୁ ଫେରାଇ ଦେଇଥିଲେ ଓ କହିଥିଲେ ଏମିତି ଯଦି ମଦ ପିଇବ ତାହେଲେ ଏ ଶିଶୁ କୁ ଭଲ ସଂସ୍କାର ମିଳିବନି ।

LEAVE A REPLY

Please enter your comment!
Please enter your name here