Home Economy (RuPay) ରୂପେ କାର୍ଡରେ ଦେନ-ନେଣ କଲେ ଲାଗିବ ନାହିଁ ଏମଡିଆର ଶୁଳ୍କ, ଏସବିଆଇ ଓ ଏନପିସିଆଇର...

(RuPay) ରୂପେ କାର୍ଡରେ ଦେନ-ନେଣ କଲେ ଲାଗିବ ନାହିଁ ଏମଡିଆର ଶୁଳ୍କ, ଏସବିଆଇ ଓ ଏନପିସିଆଇର ତୀବ୍ର ଅସନ୍ତୋଷ

0
265

ଭାରତ ସରକାର ରୂପେ (RuPay) କାର୍ଡକୁ ନେଇ ମାର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍(ଏମଡିଆର) ଶୁଳ୍କ ହଟାଇବା ନିଷ୍ପତ୍ତିରେ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ(ଏସବିଆଇ) ଓ ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ(ଏନପିସିଆଇ) ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି; ସୂଚନା ଅନୁସାରେ, କେନ୍ଦ୍ର ସରକାର ୨୦୨୦ ଜାନୁଆରୀ ୧ରୁ ରୂପେ କାର୍ଡ ଓ ୟୁପିଆଇରେ ଟ୍ରାଞ୍ଜେକ୍ସନ ଉପରେ କୌଣସି ପ୍ରକାରର ଶୁଳ୍କ ଲାଗିବ ନାହିଁ ବୋଲି ଘୋଷଣା କରିଛନ୍ତି; ତେଣୁ ଏନେଇ ଏସବିଆଇ ଓ ଏନପିସିଆଇ ତୀବ୍ର ବିରୋଧ କରି କହିଛି ଯେ, ସରକାରଙ୍କ ନିଷ୍ପତ୍ତି ସମାନ ହେବା ଦରକାର; ଭିସା ଓ ମାଷ୍ଟରକାର୍ଡ ଉପରେ ମଧ୍ୟ ଏହି ନିଷ୍ପତି ଲାଗୁ ହେବା ଆବଶ୍ୟକ

ଏସବିଆଇ ଓ ଏନସିପିଆଇର କହିବା ଅନୁଯାୟୀ ସେମାନଙ୍କୁ କ୍ଷତି ସହିବାକୁ ପଡ଼ିବ; ତେଣୁ ଏନପିସିଆଇ ଅର୍ଥ ମନ୍ତ୍ରଣାଳୟକୁ ଚିଠି ଲେଖି ରୂପେ (RuPay) କାର୍ଡକୁ ଏମଡିଆରରୁ ହଟେଇବାକୁ ଦାବି କରିଛି; ୟୁପିଆଇ ଉପରେ ଏମଡିଆର ହଟିବାରୁ ହେବାକୁ ଥିବା କ୍ଷତିର ଭରଣା ସରକାର କରିବା ଦରକାର ଉଭୟ ବ୍ୟାଙ୍କ ଦାବି କରିଛନ୍ତି; ଏହାଦ୍ୱାରା ଉଭୟ ବ୍ୟାଙ୍କର କ୍ଷତିର ଭରଣା ବର୍ଷ ୨୦୨୧ରେ ୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଇଛି

NO COMMENTS

LEAVE A REPLY

Please enter your comment!
Please enter your name here