ଆପଣ କୁମ୍ଭୀର ସମ୍ବନ୍ଧୀୟ ବହୁତ ଭୟକଂର ଭିଡିଓ ଦେଖିଥିବେ, ସମ୍ନାରେ ଦେଖିଥିବେ କିମ୍ବା କୌଣସି କାହାଣିରେ ପଢିଥିବେ । ଆଉ କେତେବେଳେ ମଧ୍ୟ ଖବର ପାଇଥିବେ କି କୁମ୍ଭୀର କୌଣସି ପଶୁ ପକ୍ଷୀ କିମ୍ବା ମଣିଷକୁ ଜୀଅନ୍ତା ଖାଇଗଲା । କିନ୍ତୁ ଏକ ଆଶ୍ଚର୍ଯ୍ୟର କଥା ଛତିଶଗଡର ଏକ କୁମ୍ଭୀର ଯାହାର ନାଁ ଗଙ୍ଗାରାମ , ତାହା ବିଷୟରେ ଜାଣିବା ପରେ ଆପଣ ତା ବଷୟରେ ଭାବିବାକୁ ବାଧ୍ଯ ହୋଇଯିବେ । ତେବେ ଏହି କୁମ୍ଭୀର ଗଙ୍ଗାରାମରର ମୃତ୍ୟୁରେ ସାରା ଗାଁର ଲୋକେ କାନ୍ଦୁଛନ୍ତି ଆଉ ସେ ଗାଂଆରେ ଶୋକର ଛାୟା ଖେଳିଯାଇଛି ।  ଏହି ଗାଁର ନାଁ ବାହମୋହତରା ଯାହା ରାୟପୁରର ବେମେତରା ଜିଲ୍ଲାରେ ଅଛି । ତେବେ ଜାଣିବାର କଥା ଏହି କୁମ୍ଭୀର ଗଙ୍ଗାରାମର ଏମିତି କଣ ଖାସ୍ କଥା ଥିଲା ଯାହା ଗ୍ରାମବାସୀଙ୍କ ସହିତ ତାର ଏତେ ସୁନ୍ଦର ସମ୍ପର୍କ ଗଢି ଉଠିଥିଲା ।

ଦିନେ ସକାଳେ ହଟତ୍ ଗଙ୍ଗାରାମ ପାଣି ଉପରେ ଭାସିବାକୁ ଲାଗିଲା । ଯେତେବେଳେ ମାଛ ଧରାଳି ମାନେ ପାଖକୁ ଯାଇ ଦେଖିଥିଲେ ସେତେବେଳକୁ ଗଙ୍ଗାରାମର ମୃତ୍ୟୁ ହୋଇଯାଇଥିଲା । କୁମ୍ଭୀରକୁ ବହାରକୁ ବାହାର କରଯାଇଥିଲା । ଏହାପରେ ପୁରା ଗାଁ ଗଙ୍ଗାରାମର ଅନ୍ତିମ ଦର୍ଶନ ପାଇଁ ଭିଡ ଜମାଇଥିଲେ । ଗ୍ରାମବାସୀମାନେ ଗଙ୍ଗାରାମକୁ ଫୁଲ ଓ ସିନ୍ଦୂରରେ ସଜାଇ ଏକ ଟ୍ରାକ୍ଟରରେ ଅନ୍ତିମ ଯାତ୍ରା ବାହାର କରିଥିଲେ । ଗଙ୍ଗାରାମକୁ ଶ୍ରଦ୍ଧାଞ୍ଜଳୀ ଦେବାପାଇଁ ପୁରା ଗାଁ ଏକତ୍ରୀତ ହୋଇଥିଲା । ବହୁ ଦୂରଦରାନ୍ତରରୁ ଲୋକେ ଗଙ୍ଗାରାମର ଅନ୍ତିମ ଦର୍ଶନ ପାଇଁ ଆସିଥିଲେ ।

ସାଧାରଣତଃ କୌଣସି ନଦୀ କି ପୋଖରୀରେ କୁମ୍ଭୀର ଥିବା କଥା ଶୁଣିଲେ ଲୋକେ ଭୟରେ ସେଠାରୁ ଦୂରେଇ ରହିଥାନ୍ତି । କିନ୍ତୁ ଗଙ୍ଗାରାମ ସହିତ ଏମିତି ନଥିଲା । ସେ କେବେବି ଗ୍ରାମବାସୀଙ୍କୁ କୌଣସି କ୍ଷତି ପହଁଚାଇନଥିଲା। ଯେତେବେଳେ ସେହି ପୋଖରୀରେ କୌଣସି ଲୋକ ଗାଧୋଇଥିବା ସମୟରେ ଗଙ୍ଗାରାମ ତାଙ୍କ ସହିତ ମାଡ ହୋଇଯାଉଥିଲା ସେତେବେଳେ ସେ ନିଜକୁ ନିଜ ଦୂରେଇ ହୋଇ ପଳାଇ ଯାଉଥିଲା । ପୋଖରୀରେ ଥିବା ଛୋଟ ମାଛମାନେ ହିଁ ଗଙ୍ଗାରାମର ଆହାର ଥିଲେ । ଲୋକେ ଗଙ୍ଗାରାମକୁ ଘରୁ ଆଣି ଭାତ ଡାଲି ଖାଇବାକୁ ଦେଉଥିଲେ ।

ଗଙ୍ଗାରାମ କେବେକି କାହାକୁ କ୍ଷତି ପହଁଚାଇନଥାଏ ବହୁ ଦିନ ଆଗରୁ ଜଣେ ମହିଳାଙ୍କୁ ଗାଧଉ ଥିବା ବେଳେ ଧରିପକାଇଥିଲା କିନ୍ତୁ କୌଣସି କ୍ଷତି ନକରି ଛାଡିଦେଇଥିଲା । ବର୍ଷା ଦିନେ ଗଙ୍ଗାରାମ ଗାଁର ଗଳି ଏବଂ କ୍ଷେତ ପର୍ଯ୍ଯନ୍ତ ପଳାଇ ଆସିଥାଏ , କିନ୍ତୁ ଗାଁ ଲୋକେ ତାକୁ ସେଠାରୁ ଆଣି ପୁଣି ପୋଖରୀରେ ଛାଡିଦେଇଥାନ୍ତି ।

ଗଙ୍ଗାରାମର  ଆୟୁଷ ୧୦୦ବର୍ଷରୁ ଅଧିକ ଥିଲା । ଗ୍ରାମବାସୀଙ୍କ କହିବା ଅନୁଯାୟୀ ଗଙ୍ଗାରାମର ବୟସ ପାଖାପାଖି ୧୨୫ବର୍ଷ ଥିଲା । ଏହା ସହିତ କୁମ୍ଭୀରଟିର ନାଁ କିଏ ଓ କିପରି ଗଙ୍ଗାରାମ ରଖିଥିଲେ ତାହାର ମଧ୍ଯ କୌଣସି ସଠିକ୍ ଭାବେ ପ୍ରମାଣ ନାହିଁ । ତେବେ ଲୋକଙ୍କ କହିବା ଅନୁସାରେ ବେମେତରା ଜିଲ୍ଲାରୁ ୬ କିଲୋମିଟର ଦୁରରେ ଥିବା ବାହମୋହତରା ଗାଁରେ ଗଙ୍ଗାରାମର କାହାଣି ବେଶ୍ ଜଣାଶୁଣା । ଗାଁ ଲୋକମାନେ କୁହନ୍ତି ବାହମୋହତରା ଏକ ଧାର୍ମିକ ପୌରାଣିକ ନଗରୀ ରୂପେ ଜିଲ୍ଲାରେ ବେଶ୍ ପରିଚିତ ।

ଗଙ୍ଗାରାମର ମୃତ୍ୟୁ ଖବର ମିଳିବାପରେ ବନ ବିଭାଗ ଟିମ୍ ସହିତ ପୋଲିସ୍  ଘଟଣାସ୍ଥଳରେ ଆସି ପହଁଚିଥିଲେ । ବନ ବିଭାଗ କୁମ୍ଭୀରଟିର ପୋଷ୍ଟମର୍ଟମ କରିବା ପାଇଁ ନେଇଥିଲେ କିନ୍ତୁ ଗ୍ରାମବାସୀମାନେ ଗାଁ ରେ ହିଁ କୁମ୍ଭୀରଟିର ପୋଷ୍ଟମର୍ଟମ କରିବା ପାଇଁ ଦାବି କରିଥିଲେ । ଗଙ୍ଗାରାମ ପ୍ରତି ଗ୍ରାମବାସୀଙ୍କ ସ୍ନେହ ଦେଖି ଅଧିକାରୀମାନଙ୍କୁ କଲେକ୍ଟର ଗାଁରେ ହିଁ ପୋଷ୍ଟମର୍ଟମ କରିବା ପାଇଁ ଅନୁମତି ଦେଇଥିଲେ ।

ପୋଖରୀ ନିକଟରେ ଗଙ୍ଗାରାମର ପୋଷ୍ଟମର୍ଟମ ହୋଇଥିଲା । ଏହାପରେ ଗ୍ରାମବାସୀମାନେ ବାଜା ଢୋଲ ବଜେଇ ଗଙ୍ଗାରାମର ଶବ ଯାତ୍ରା ବାହାର କରିଥିଲେ ଏବଂ ଶେଷରେ ପୋଖରୀ ପାଖରେ ହିଁ କୁମ୍ଭୀରଟିକୁ ପୋତି ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here