ଘର, କର୍ମକ୍ଷେତ୍ର କିମ୍ବା ବ୍ୟାପାର ହେଉ; ସମସ୍ତେ ଚାହାନ୍ତି ସୁଖ ଶାନ୍ତିରେ ସମୟ କଟୁ | ଭଗବାନଙ୍କ ଆଶୀର୍ବାଦ ସହ ଶୁଭଫଳ ସଦାସର୍ବଦା ମିଳୁଥାଉ | ତେବେ ଆସନ୍ତୁ ଜାଣିବେ କି ଉପାୟ କଲେ ଘର,ବ୍ୟାପାରରେ,କର୍ମକ୍ଷେତ୍ରରେ ଶୁଭଫଳ ମିଳିବ….
୧. ଲକ୍ଷ୍ମୀମା’ଙ୍କ ପାଦ ଚିହ୍ନକୁ ଘରର ମୁଖ୍ୟ ଦ୍ୱାରରେ ସ୍ଥାପନ କରନ୍ତୁ | ଶୁଭଫଳ ମିଳିବ ସହ ଆଶୀର୍ବାଦ ମିଳିଥାଏ |
୨. ଘରର ମୁଖ୍ୟ ଦ୍ୱାରରେ ମା ଦୁର୍ଗା ଓ ହନୁମାନଙ୍କ ଫୋଟୋକୁ ଲଗାନ୍ତୁ | ତା ସହ ମୁଖ୍ୟ ଦ୍ୱାରରେ ସିଂଦୁରରେ କିମ୍ବା ଚାନ୍ଦିରେ ସ୍ୱସ୍ତିକ ଚିହ୍ନ ଲଗାନ୍ତୁ |
୩. ମୁଖ୍ୟ ଦ୍ୱାରରେ ପୂର୍ବ କିମ୍ବା ଉତ୍ତର ଦିଗରେ କଳସ ସ୍ଥାପନ କରନ୍ତୁ |
୪. ଘରର ମୁଖ୍ୟ ଦ୍ୱାରରେ ଫୁଲ ଓ ଆମ୍ବପତ୍ରର ତୋରଣ ଲଗାନ୍ତୁ; ଏହାଦ୍ୱାରା ଘରେ ସକାରାତ୍ମକ ଉର୍ଜା ପ୍ରବେଶ କରେ |
୫. ଘରକୁ ଲୁଣ ପାଣିରେ ମଝିରେ ମଝିରେ ପୋଛା ମାରନ୍ତୁ; ଏହାଦ୍ୱାରା ଘରର ନକରାତ୍ମକତା ଦୂରୀଭୂତ ହୁଏ |
୬. ଶୁଖିଲା ଫୁଲ ଘରେ ରଖନ୍ତୁ ନାହିଁ |
୭. ଅଫିସ କକ୍ଷରେ ପ୍ରତି ଶୁକ୍ରବାର ଦିନ କର୍ପୁର ଜଳାନ୍ତୁ; ନକରାତ୍ମକତା ଦୂର ହେବ |
୮. ଗଣେଶଙ୍କୁ ରଖି ପୂଜା କରନ୍ତୁ; ଅଫିସର ସବୁ କାର୍ଯ୍ୟ ଶୁଭ ହେବ |
୯. ବ୍ୟାପାରରେ ବୃଦ୍ଧି ପାଇଁ ପଦ୍ମଫୁଲ ବିରାଜିତ ଲକ୍ଷ୍ମୀ ମା’ ଙ୍କ ଫୋଟୋ ରଖି ପୂଜା କରନ୍ତୁ | ଏହା ସହିତ କୁବେରଙ୍କ ପୂଜା କଲେ ଲାଭବାନ ହେବେ |
୧୦. ଛୋଟ ପାତ୍ରରେ ପାଣି ରଖି ସ୍ପଟିକ କିମ୍ବା ଚାନ୍ଦି କଇଁଛ ରଖନ୍ତୁ |
୧୧. ସାତଟି ମାଈ କଉଡ଼ି ଲାଲ କପଡ଼ାରେ ରକ୍ତ ଚନ୍ଦନ, ସିନ୍ଦୁର ଦ୍ୱାରା ଅଭିଷେକ କରି ମା’ ଲକ୍ଷ୍ମୀଙ୍କ ଗାୟତ୍ରୀ ମନ୍ତ୍ର ଦ୍ୱାରା ଅଭିମନ୍ତ୍ରିତ କରି ନିଜ ପଇସା ରଖୁଥିବା ସ୍ଥାନରେ ରଖନ୍ତୁ; ବ୍ୟବସାୟରେ ଉନ୍ନତି ହେବ |
୧୨. ଗୋଲାପ ଜଳ ଛିଞ୍ଚନ୍ତୁ; ନକରାତ୍ମକତା ଉଭେଇଯିବ |

LEAVE A REPLY

Please enter your comment!
Please enter your name here