ଆଜି ବି କାନ୍ଦୁଛି ସେଇ ନିଷ୍ପାପ ନିରୀହ ସାବିତ୍ରୀର ଆତ୍ମା ।

0
492

କାହିଁ କେଉଁଠି ହଜିଯାଇଛି ମଣିଷର ମଣିଷ ପଣିଆ, ହଜିଯାଇଛି ମାନଵିକତା । ଆଜିର ଏହି ଆଧୁନିକ ଦୁନିଆରେ ମଣିଷ ଉଚ୍ଚ ଶିକ୍ଷା ପାଇ ମଧ୍ୟ ମଣିଷର ପାଶଵିକ ଗୁଣକୁ ଦମନ କରି ପାରୁନାହିଁ,  ଯାହାଫଳରେ ନିରୀହ ନିଷ୍ପାପ ଶିଶୁଠୁ ଆରମ୍ଭ କରି କାହିଁ କେତେ ନାରୀମାନେ ଵଳାତ୍କାରର ଶୀକାର ହେଉଛନ୍ତି ।

     ଦୁଖର କାହାଣୀ ଅଟେ ସାଵିତ୍ରୀର । ଗୋଟିଏ ମଫସଲ ଅଚଂଳର ଗରିବ ପରିବାରର ଶାନ୍ତୋ ସରଳ, ନୀରିହ ଝିଅଟିଏ । ଅଭାବ ଅନାଟନରେ ଅତି ଆନନ୍ଦରେ ଵାପା,ମା’ଙ୍କ ସହ ତାର କୂଡିଆରେ ଦିନ କାଟୁଥାଏ । ଅଭାଵ ଥାଏ ପଇସାର ହେଲେ ଅଭାବ ନ ଥାଏ ସ୍ନେହ ମମତାର । ବାପା ମା’ଙ୍କ ଦୁଃଖରେ ଦୁଖୀ ହୋଇ, ସେମାନଙ୍କ ସ୍ନେହକୁ ପାଥେୟ କରି ଆଗେଇ ଚାଲେ ଏହି ଦୁଖୀ ସଂସାରଟି । ସାଵିତ୍ରୀର ରୂପଟି ଯେମିତି ଗୁଣଵି ସେମିତି । ସାବିତ୍ରୀ ଵର୍ତମାନ ଵିଵାହ ଯୋଗ୍ୟ। ଗରିବ ମା’ ବାପାଙ୍କ ଚିନ୍ତା ଯେ କେମିତି ଝିଅର ହାତକୁ ଦି ହାତ କରିବୁ ।

     ଏତିକି ଭିତରେ ହଠାତ୍ ଏକ ଝଡ଼ ସୃଷ୍ଟି ହୁଏ ସାବିତ୍ରୀ ଜୀବନରେ, ସାବିତ୍ରୀ ପରି ଏକ ନିରୀହ ଝିଅର ଜୀବନରେ ଲୋମ ହର୍ଷଣକାରି ଘଟଣା ଘଟାଇ ଦିଏ ଏକ ଦୃଵୃତ । ସାଵିତ୍ରୀ ଵହୁତ ସଂସ୍କାରି, ସକାଳୁ ଉଠି କାମ ସାରି ଗାଧେଇ ଯାଏ ପାଖ ପୋଖରୀକୁ ।ସବୁଦିନ ପରି ସେଦିନ ମଧ୍ୟ ଯାଇଥିଲା, ହଠାତ୍ ପାପୀର ପାପ ଆଖି ସାବିତ୍ରୀର ସୁନ୍ଦର ଶରୀର ଉପରେ ପଡେ । ସୃଷ୍ଟି ହୁଏ ପାପୀର ମନରେ ପାଶଵିକ ଗୁଣ,  ଯାହାକୁ ଦମନ ନକରିପାରି ରାକ୍ଷାସ ସାବିତ୍ରୀକୁ ସହିତ ବଳାତ୍କାର କରିଦିଏ ।

 କି ଦୋଷଥିଲା ସାବିତ୍ରୀର ? ସୁନ୍ଦର ହେବା କ’ଣ ତାର ଭୂଲଥିଲା କି? ଏଭଳି ଏକ କରୁଣ କାହାଣୀ ଲେଖିଲାଵେଳକୁ ଆଖିର ଲୁହ ନିଜ ଆୟତ୍ତରେ ନାହିଁ । କଣ ହେବ ଵିଚାରିର ଭଭିଷ୍ୟତ? ଅଭାବର ଦାରୁଣ ଦୁଃଖ  କଣ କମ୍ ଥିଲା ଏପଟେ ଏପରି ଏକ କାଣ୍ଡ ଯାହା ସାବିତ୍ରୀକୁ ସମ୍ପୂର୍ଣ୍ଣ ଭିତରୁ ମାରିଦେଲା । ବିଚରା ଵାପା, ମା’ଙ୍କର ଅବସ୍ଥା କହିଲେ ନ ସରେ ।

ଯେଉଁ ପାପୀ ଏହି କାମ କଲା ସେ ଜଣେ ମୂର୍ଖ ନ ଥିଲା ନା ଥିଲା ଗୋଟିଏ ଅବିବାହିତ । ସେ ଜଣେ ଉଚ୍ଚ ଶିକ୍ଷିତ ହୋଇ ଏବଂ ଦୁଇଟି ପିଲାର ଵାପା ହୋଇ ମଧ୍ୟ ଏଭଳି କାଣ୍ଡ ଘଟାଇବାକୁ ତାର ଆତ୍ମା ତାକୁ ଥରେ ବି ଵାଧା ଦେଇନଥିଲା । ଥରେ ଭାଵି ଦେଖନ୍ତୁ ମଣିଷ ନିଜର ପାଶଵିକ ଗୁଣରେ ଏଭଳି ଅନ୍ଧ ଯେ ସେ ଥରେ ବି ନିଜର ସ୍ତ୍ରୀ ଓ ପିଲାଙ୍କ କଥା  ଭାଵିଲାନି, ଧିକ ତାର ମଣିଷ ପଣିଆ,ଧିକ ତାର ଉଚ୍ଚଶିକ୍ଷା ।

କଥା ପ୍ରଘଟ ହେବା ପରେ ସାବିତ୍ରୀ ର ନ୍ୟାୟ ଲଢିଵାକୁ ଧର୍ଯ୍ୟ ନ ଥିଲା ,ନ ଥିଲା ଅର୍ଥବଳ । ଏହାର ଫାଇଦା ଉଠାଇ ଦୃଵୃତ ର ମା ଓ ନିଜେ ଦୁବୃତ ୧ଲକ୍ଷ ଟଙ୍କା ଦେଇ ମୁଁହ ଵନ୍ଦ କରାଇବାକୁ ଚେଷ୍ଟା ଚଳାଇଲେ । ଗୋଟିଏ ଝିଅର ଇଜ୍ଜତର ଦାମ୍ କଣ ୧ଲକ୍ଷ ଟଙ୍କା?

ସେ ମା’ର ଗର୍ଭ ଫାଟି ନଗଲା କାହିଁକି ଯେତେବେଳେ ଏଭଳି ପାପୀକୁ ଜନ୍ମ ଦେଲା । ପୁଅର ଏଭଳି କର୍ମରେ ମା’ତାର ସାଥ୍ ଦେଉଛି, ଧିକ ସେ ମା’।

ଆମର ପାଗଳ,କୁସ୍ଚିତ ସମାଜ ଶିକ୍ଷିତ ନା ରେ କଳଙ୍କ । ଟଙ୍କା ଯେଉଁଠି ସନ୍ମାନ ସେଇଠି।ଗୋଟିଏ ନୀରିହ ଲୋକର ଇଜ୍ଜତ ଓ ଭଲପଣିଆ ଆଜିର ସମାଜରେ ମୂଲ୍ୟହୀନ ,ମୂଲ୍ୟ ଅଛି ତ ଟଙ୍କା ର । ସେଥିପାଇଁ ଦୁନିଆର ଲାଂଚ୍ଛନାକୁ ସହ୍ୟ କରିନପାରି ବାପା ମା’ଙ୍କ ନୟନତାରା ସାବିତ୍ରୀ ସାରା ଜୀବନ ପାଇଁ ଆଖି ବୁଜି ଦେଲା ।

ଯଦି ଆମ ସମାଜ ନ ଜାଗେ ତେବେ ସାଵିତ୍ରୀ ପରି କେତେ ଝିଅ,ବୋହୂ,ନିସ୍ପାପ ଶିଶୁ ଯେ ଆଖି ବୁଜୁଛନ୍ତି ଆଉ ଆଖି ବୁଜିବେ ମଧ୍ୟ। ଏଭଳି ପାପୀଙ୍କୁ ଵା କି ଶାସ୍ତି ଦରକାର ତହା କଳନା ଵାହାରେ।………

LEAVE A REPLY

Please enter your comment!
Please enter your name here