ଯଦି ଆପଣ ନିଜ ସ୍ତ୍ରୀକୁ ବେଶ୍ୟା କହୁଛନ୍ତି ତାହେଲେ ହେଇଯାଆନ୍ତୁ ସାବଧାନ କାରଣ ଏମିତି କହିଲେ ଯଦି ସ୍ତ୍ରୀ ହତ୍ୟା କରିଦିଏ ତାକୁ ହତ୍ୟାରେ ଗଣାଯିବନି ।
ସୁପ୍ରିମକୋର୍ଟ ତରଫରୁ ସ୍ୱାମୀ ଦ୍ୱାରା ସ୍ତ୍ରୀ ଏବଂ ଝିଅକୁ ବେଶ୍ୟା କହିବା ମାମଲାରେ ବଡ ନିସ୍ପତ୍ତି ନେଇଛନ୍ତି । କୋର୍ଟ ତରଫରୁ କୁହାଯାଇଛି କି ସ୍ୱାମୀ ନିଜ ସ୍ତ୍ରୀ ଏବଂ ଝିଅକୁ ବେଶ୍ୟା ଶବ୍ଦ ବ୍ୟବହାର କଲା ସେଥିପାଇଁ ଯଦି ରାଗରେ ସ୍ତ୍ରୀ ସ୍ୱାମୀର ହତ୍ୟା କରିଦେଲା ଏହାକୁ ହତ୍ୟା ମନାଯିବ ନାହିଁ । ଏହା କେବଳ ବିନା ଯୋଜନାରେ କରାଯାଇଥିବା ହତ୍ୟା ଅଟେ । ସୁପ୍ରିମକୋର୍ଟ ତରଫରୁ କୁହାଯାଇଥିଲା ଯେ ସ୍ୱାମୀ ସ୍ତ୍ରୀ , ଝିଅକୁ ବେଶ୍ୟା କହିଥିବାରୁ ସ୍ତ୍ରୀ ନିଜ ଉପରୁ ନିୟନ୍ତ୍ରଣ ହରାଇ ସ୍ୱାମୀ ଉପରେ ଆକ୍ରମଣ କରିଥିଲେ । ଏମିତି ଘଟଣା ଘଟିଛି, ତାମିଲନାଡୁର ଜଣେ ମହିଳାଙ୍କ ସହ ପଡୋଶୀ ଘରର ଜଣେ ବ୍ୟକ୍ତିଙ୍କ ସହ ପ୍ରେମସଂବନ୍ଧ ଥିବା ସନ୍ଦେହ କରି ସ୍ୱାମୀ ଉକ୍ତ ମହିଳା ଏବଂ ତାଙ୍କ ବଡ ଝିଅକୁ ବେଶ୍ୟା କହିକରି ଗାଳି କରିଥିଲେ । ଏହାକୁ ନେଇ ଘରେ ବିବାଦ ଉପୁଜିଥିଲା । ଉକ୍ତ ସମୟରେ ପଡୋଶୀ ଘରୁ ଲୋକ ଆସି ବ୍ୟକ୍ତିଜଣଙ୍କୁ ଏଭଳି ଅପଶବ୍ଦ କହିବାରୁ ରୋକିଥିଲେ ମଧ୍ୟ ସେ ମାନିନଥିଲେ ।
ସ୍ୱାମୀଙ୍କ ଅଭଦ୍ରତାରେ କ୍ରୋଧିତ ହୋଇ ପତ୍ନୀ ତାଙ୍କ ଉପରକୁ ଆକ୍ରମଣ କରି ତାଙ୍କ ଗଳା ଚିପି ହତ୍ୟା କରିଥିଲେ । ଏହାପରେ କିଛି ବିଚାର ନପାଇ ଏକ ପୁରୁଣା ଭଂଗା କାର ରେ ଶବକୁ ଲୁଚାଇ ଦିଆଯାଇଥିଲା । ୪୦ ଦିନ ପରେ ଷଢିଯାଇଥିବା ଶବ କାର ରୁ ପୋଲିସ୍ ଜବତ କରି ମାମଲା ଏବେ ପୋଲିସ ପାଖରେ ।

LEAVE A REPLY

Please enter your comment!
Please enter your name here