ନିର୍ବାଚନ ପାଖେଇ ଆସିବାରୁ ବିଭିନ୍ନ ପ୍ରକାରର ଖବର ମିଳୁଛି  ଶୁଣିବାକୁ  ଏଥିରୁ ଏକ ଖବର ଆସିଛି ନୂଆ କରି ଯାହା ଶୁଣିଲେ ଆପଣମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ |  ନବରଙ୍ଗପୁର ଜିଲ୍ଲାରେ ବିଜେଡି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ଏକ  ଅଭିଯୋଗ ହୋଇଛି , ଦଳୀୟ ବିଧାୟକ ମନୋହର ରନ୍ଧାରୀ ଡାବୁଗାଁ ଅଞ୍ଚଳରେ ଶାଢି ବାଣ୍ଟୁଥିବା କଂଗ୍ରେସ ଅଭିଯୋଗ କରିଛି ।

କଂଗ୍ରେସ ଦଳ ଅଭିଯୋଗ କରିଛି ଯେ  ଗ୍ୟାସ୍‌ ସିଲିଣ୍ଡର ବିତରଣ ଗାଡ଼ିରେ ଶାଢ଼ି ବୋଝେଇ ହୋଇ ଯାଉଛି। ଖାଲି ସେତିକି ନୁହେଁ, ଗାଡ଼ିର ନମ୍ବର ବି ବଦଳାଇ ଦିଆଯାଉଛି |

ଏହାର ପ୍ରମାଣ ସ୍ୱରୂପ କଂଗ୍ରେସ ଦଳ ସାମ୍ବାଦିକ ସମ୍ମିଳନୀ ଆୟୋଜନ  କରି କିଛି ଫଟୋ ମଧ୍ୟ ଦେଖାଇଛି।

ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ କହିଛନ୍ତି,” ଜିଲ୍ଲାରେ ବିଜେଡି ଆଚରଣ ନିର୍ବାଚନ  ବିଧି ଉଲ୍ଲଂଘନ କରିଛି , ବିଧାୟକ ମନୋହର ରନ୍ଧାରୀ ତାଙ୍କ ଗ୍ୟାସ୍ ଏଜେନ୍ସି ଗାଡ଼ିରେ ବସ୍ତାବସ୍ତା ଲୁଗାପଟା ଡାବୁଗାଁରେ ରଖିଛନ୍ତି । ଏହାର ସମସ୍ତ ତଥ୍ୟ ମୋବାଇଲ୍‌ରେ ଅଛି।”

କଂଗ୍ରେସର ଅଭିଯୋଗ ପ୍ରସଙ୍ଗରେ ବିଧାୟକ ମନୋହର ରନ୍ଧାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ଏଯାବତ ।

ଅନ୍ୟପକ୍ଷରେ ନବରଙ୍ଗପୁର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଫଟୋ ଥାଇ ସରକାରୀ ବିଜ୍ଞାପନ ଲାଗିଥିବା ମଧ୍ୟ କଂଗ୍ରେସ ଅଭିଯୋଗ କରିଛି । ଆଗକୁ ଦେଖନ୍ତୁ କେତେ ପ୍ରକାରର ଅଭିଯୋଗ ଆସୁଛି କାହା କାହା ଉପରେ|

LEAVE A REPLY

Please enter your comment!
Please enter your name here